ସେପ୍ଟେମ୍ବର ୨୫ ରୁ ଆୟୁଷ୍ମାନ ଭାରତ ଯୋଜନାର ହେବ ଶୁଭାରମ୍ଭ

Published By : Prameya-News7 Bureau | August 15, 2018 IST

ନୂଆଦିଲ୍ଲୀ ୧୫/୮ : ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବମାନଙ୍କ ପାଇଁ ଦେଶର ସବୁଠୁ ବଡ ଜନ କଲ୍ୟାଣ ଯୋଜନାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆଜି ଆୟୁଷ୍ମାନ ଭାରତ ଯୋଜନା ବା ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ନେଇ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୨୫ ତାରିଖରେ ଏହି ଯୋଜନାର ଶୁଭାରମ୍ଭ ହେବ । ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମତିଥିରେ ଏହି ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଆରମ୍ଭ ହେବ । ଏହି ଯୋଜନାରେ ଦେଶର ୧୦ କୋଟି ପରିବାର ଉପକୃତ ହେବେ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାୟ ୫୦ କୋଟି ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚର ଭରଣା କରାଯିବାର ବ୍ୟବସ୍ଥା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.