ମଟର, ମେଥି ଦାନା ଓ ଚୁମ୍ବକ ଚିକିତ୍ସାରେ; ରକ୍ତଚାପ, ଡାଇବେଟିସରୁ ଉପଶମ ପାଉଛନ୍ତି ରୋଗୀ

Published By : Prameya-News7 Bureau | October 19, 2024 IST

କଟକ: ବହୁ ଦିନର ଗ୍ୟାସଷ୍ଟ୍ରିକ ହେଉ କି’ ଆଣ୍ଠୁଗଣ୍ଠି ଯନ୍ତ୍ରଣା, କିମ୍ବା ସାଇଟିକା ହେଉ ଅବା ଉଚ୍ଚ ରକ୍ତଚାପ। କୌଣସି ଔଷଧ ନଖାଇ ମଧ୍ୟ ଏସବୁ ରୋଗରୁ ମିଳିପାରୁଛି ଉପଶମ। ଡାଇବେଟିସ ମଧ୍ୟ ନିୟନ୍ତ୍ରଣକୁ ଆସିପାରୁଛି ବିନା ଔଷଧରେ। କଟକରେ କିଛି ମଟର ଦାନା,ମେଥି ଦାନା ଓ ଚୁମ୍ବକ ଦ୍ବାରା କରାଯାଉଥିବା ଏହି ଚିକିତ୍ସାକୁ ଆୟୁର୍ବେଦିକ ଆକୁପ୍ରେସର ଥେରାପି ବୋଲି କୁହାଯାଉଛି। ଏମିତି ନିୟମିତ ବ୍ୟବଧାନରେ ସ୍ନାୟୁ ଗୁଡ଼ିକ ଉପରେ ଚାପ ଦେବା ଦ୍ବାରା ରୋଗରୁ ନିଶ୍ଚିତ ଉପଶମ ମିଳୁଥିବା କହିଛନ୍ତି ଚିକିତ୍ସା କରୁଥିବା ବ୍ୟକ୍ତି।

ଏଭଳି ଚିକିତ୍ସା ପଦ୍ଧତିର ପ୍ରଚାର ପ୍ରସାର ପାଇଁ କଟକ ଜାଉଁଳିଆପଟ୍ଟି ମାରଓ୍ବାଡ଼ି କ୍ଲବରେ ଆୟୁର୍ବେଦିକ ଆକୁପ୍ରେସରର ଚିକିତ୍ସା ଶିବିରର ଆୟୋଜନ କରାଯାଇଛି। ଏହି ଚିକିତ୍ସା ଦ୍ବାରା ପୁରୁଣା ରୋଗରୁ ଉପଶମ ପାଇଁ ନାଁ କରା ଏଲୋପାଥି ଡାକ୍ତରଙ୍କୁ ମଧ୍ୟ ଏହି ଶିବିରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। କୈାଣସି ଔଷଧ ନଖାଇ କେବଳ ଖାଦ୍ୟ ଓ ପାନୀୟରେ  କିଛିଟା ସଂଯମତା ରଖିଲେ ଏହି ଚିକିତ୍ସା ଦ୍ବାରା ଶୀଘ୍ର ଉପଶମ ମିଳୁଥିବା ଚିକିତ୍ସକମାନେ କହିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.