ବଦଳୁଥିବା ଋତୁରେ କାଶ-ଥଣ୍ଡା ଦେବନି କଷ୍ଟ, ଏହି ପତ୍ରର ପିଅନ୍ତୁ ପାଣି

Published By : Prameya-News7 Bureau | November 13, 2024 IST

ନୂଆଦିଲ୍ଲୀ ୧୩।୧୧: ଋତୁ ପରିବର୍ତ୍ତନ ହେଲେ ଥଣ୍ଡା, କାଶ ହୋଇଥାଏ । ଏହାକୁ ଏଡାଇବା ପାଇଁ ଆୟୁର୍ବେଦିକ ପ୍ରତିକାର ମଧ୍ୟ କରାଯାଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ ଥଣ୍ଡା ଏବଂ କାଶରୁ ରକ୍ଷା ପାଇବା ପାଇଁ  ଆୟୁର୍ବେଦରେ ଅନେକ ଔଷଧୀୟ ପତ୍ରର ରହିଛି ଖୁବ୍ ମହତ୍ବ । 

ଏଗୁଡିକରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଅନ୍ୟାନ୍ୟ ଗୁଣ ରହିଥିବାରୁ ଥଣ୍ଡା-କାଶ ଶୀଘ୍ର ଭଲ କରିବାରେ ସାହାଯ୍ୟ କରିଥାଏ । କାଶ ଏବଂ ଥଣ୍ଡା ଠାରୁ ମୁକ୍ତି ପାଇବା ପାଇଁ ତୁଳସୀ ପତ୍ର ଏକ ପ୍ରଭାବଶାଳୀ ପ୍ରତିକାର । ତୁଳସୀ ପତ୍ର ରସରେ ମହୁକୁ ମିଶାଇ ପିଅନ୍ତୁ । ଏହାକୁ ଅଦା ରସ ସହିତ ମଧ୍ୟ ପିଇବା ସ୍ବାସ୍ଥ୍ୟା ବେଶ ପ୍ରଭାବଶାଳୀ । 

ଇମ୍ୟୁନିଟ ବଢାଇବା ସହିତ କାଶ-ଥଣ୍ଡାକୁ ରୋକିବାରେ ବେଶ୍ ସହାୟକ ହୋଇଥାଏ ଗିଲୋୟ ପତ୍ର । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବହୁତ ଲାଭଦାୟକ ହୋଇଥାଏ । ଏହି ପତ୍ରର ରସ ଖାଇବା ଦ୍ୱାରା ଅନେକ ରୋଗରୁ ମିଳିଥାଏ ମୁକ୍ତି । ଏହି ପତ୍ରକୁ ଗରମ ପାଣିରେ ଫୁଟାଇ ପିଇପାରିବେ । 

ନିମ୍ବପତ୍ରରେ ରହିଛି ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିସେପ୍ଟିକ୍ ଗୁଣ । ଏହା ସଂକ୍ରମଣକୁ ଦୂରେଇବାରେ ସାହାଯ୍ୟ କରିଥାଏ । ନିମ୍ବ ପତ୍ରର କାଢା ତିଆରି କରି ପିଇପାରିବେ । ଏହାର ସ୍ୱାଦ ପିତା ଅଟେ, ତେଣୁ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପିଇ ପାରିବେ । 

ପାନ ପତ୍ରରେ ମଧ୍ୟ ଥଣ୍ଡାକୁ ଏଡାଇହେବ । ଏହା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ପାନପତ୍ରର କାଢା କିମ୍ବା ଏହାକୁ ଭାଜି ଖାଇବା ଦ୍ବାରା କାଶ-ଥଣ୍ଡା ଶୀଘ୍ର ଭଲ ହୋଇଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.