ଅଯୋଧ୍ୟା ରାୟ ଆସିବା ପରେ ଆସିଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା : ଜାଣନ୍ତୁ କିଏ କ'ଣ କହିଲେ

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ ୦୯।୧୧ – ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ପରେ ଏହାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଛି । କେତେକ ପକ୍ଷରୁ କୋର୍ଟଙ୍କ ରାୟକୁ ସ୍ବାଗତ କରାଯାଇଛି । ଅନ୍ୟ କେତେକ ପକ୍ଷରୁ ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ସମ୍ମାନ ଜଣାଯିବା ସହିତ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ କୁହାଯାଇଛି । କିଛି ସ୍ଥାନରେ ଆପତ୍ତି ମଧ୍ୟ ରହିଯାଇଛି। ଆସନ୍ତୁ ଦେଖିବା କାହର କେମିତି ରହିଛି ପ୍ରତିକ୍ରିୟାଷ। …

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟାରେ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ଅଦାଲତ ଅଯୋଧ୍ୟା ସଂପର୍କରେ ନିଜର ରାୟ ଶୁଣାଇଛନ୍ତି । ଏହି ଫଇସଲାକୁ କାହାର ହାର୍‌ ବା କାହାର ଜିତ୍ ଭାବେ ଦେଖାଯିବା କଥା ନୁହେଁ । ରାମଭକ୍ତି ହେଉ ଅବା ରହିମ ଭକ୍ତି ଏ ସମୟ ସମସ୍ତଙ୍କୁ ଭାରତଭକ୍ତିର ଭାବନା ଶସକ୍ତ କରିବାକୁ ହେବ । ଆଜି ସଂଧ୍ୟା ୬ଟାରେ ଦେଶକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।

{"id":181691}

ରାମ ମନ୍ଦିର ବାବ୍ରି ମସଜିଦ କଥା ଆସିଲେ ସବୁବେଳେ ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀ ଓ ଉମାଭାରତୀଙ୍କ ନାଁ ଆସିଥାଏ। ଏବେବି ମାମଲାରେ ଛନ୍ଦି ହୋଇଛନ୍ତି ଏହି ତିନି ନେତା। ତେବେ ରାୟ ଆସିବା ପରେ ଉମାଭାରତୀ ତୁରନ୍ତ ଆଡଭାନିଙ୍କୁ ଭେଟିବାକୁ ଯାଇଥିଲେ । ଏବଂ ରାମମନ୍ଦିରର ଶ୍ରେୟ ଆଡଭାନିଙ୍କୁ ଦେଇଛନ୍ତି।

{"id":181692}

ଅନ୍ୟପକ୍ଷରେ ମାମଲାର ରାୟ ଆସିବା ପରେ, ଅଲଇଣ୍ଡିଆ ପର୍ସନାଲ ଲ ବୋର୍ଡ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ପ୍ରକାଶ କରିଛି। ଶହେ ଏକର ଜମି ବି ଆମର ଭାବନାକୁ ଜିତି ପାରିବନି ବୋଲି ପର୍ସନାଲ ଲବୋର୍ଡ କହିଛି।  ସେପଟେ AIMIM ନେତା ଅସାଦୁଦ୍ଦିନ ଓୱେସୀ କହିଛନ୍ତି ୫ ଏକର ଜମି ସେମାନଙ୍କୁ ଦରକାର ନାହିଁ ବୋଲି କହିଛନ୍ତି ।  ଆମ ଉପରେ ଦୟା କରାଯିବା ଦରକାର ନାହିଁ ।

{"id":181693}

କଂଗ୍ରେସ ରାୟକୁ ସ୍ବାଗତ କରିଛି । ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ ହିନ୍ଦୁ ମାନେ ମସଜିଦ୍ ନିର୍ମାଣରେ ଏବଂ ମୁସଲମାନ ମାନେ ମନ୍ଦିର ନିର୍ମାଣରେ ସାହାଯ୍ୟ କରିବା ଆବଶ୍ୟକ । ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ମଧ୍ୟ ରାୟର ସ୍ବାଗତ କରିଛନ୍ତି । ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗୱତ କହିଛନ୍ତି ଯେ ସଂଘ ବିବାଦର ଅନ୍ତ ଚାହୁଁଥିଲା ଆଉ ଆଜି ଏହା ହୋଇଯାଇଛି ।

{"id":181694}

ଅଯୋଧ୍ୟା ରାୟ ଆସିବା ପରେ ବିଭିନ୍ନ ପକ୍ଷ ଭିନ୍ନ ଭିନ୍ନ ମତ ରଖୁଛନ୍ତି ।ତେବେ ସମସ୍ତଙ୍କୁ ସଂଯମତା ରକ୍ଷା କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଆଡଭାଇଜରୀ ଜାରି କରାଯାଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.