ଅଯୋଧ୍ୟା ମାମଲା ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ରଖିବା ଅଭିଯୋଗରେ ଅନେକ ଲୋକ ଗିରଫ, ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | November 11, 2019 IST

ନୂଆଦିଲ୍ଲୀ ୧୧।୧୧ -  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ଲାଗି ଉଦ୍ୟମ ଆରମ୍ଭ କରାଯାଇଛି ।ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ।ଅଯୋଧ୍ୟା ସମେତ ସମଗ୍ର ଉତ୍ତରପ୍ରଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସେଠାରେ ଜୀବନଯାତ୍ରା ସ୍ବାଭାବିକ ରହିଛି ।ତେବେ ସୋସିଆଲ ମିଡିଆରେ ଆପତ୍ତି ଜନକ ମନ୍ତବ୍ୟ ରଖିବା ପାଇଁ ୟୁପି ଓ ମଧ୍ୟପ୍ରଦେଶରେ କେତେକ ଲୋକଙ୍କୁ ଗିରଫ କରାଯାଇଛି ।

ଶାନ୍ତ ରହିଛି ଅଯୋଧ୍ୟା ନଗରୀ ।ଅଯୋଧ୍ୟାର ରାସ୍ତାରେ ସ୍ବାଭାବିକ ଭାବେ ଗାଡ଼ି ଚଳାଚଳ କରୁଥିବା ବେଳେ ଦୋକାନ ବଜାର ଖୋଲା ଅଛି । ସୁପ୍ରିମକୋର୍ଟ ଐତିହାସିକ ରାୟ ଦେବାପରେ ସଂପୂର୍ଣ୍ଣ ସ୍ବାଭାବିକ ରହିଛି ଅଯୋଧ୍ୟା ସମେତ ସମଗ୍ର ଉତ୍ତରପ୍ରଦେଶରେ ଜୀବନଯାତ୍ରା ।ତେବେ ସ୍ଥାନୀୟ ଲୋକଙ୍କୁ ଯିବା ଆସିବା କରିବା ସମୟରେ ସାଥିରେ ପରିଚୟ ପତ୍ର ନେବା ପାଇଁ କୁହାଯାଇଛି ।ସହର ସାରା ଚାରିଆଡ଼େ ସୁରକ୍ଷା କର୍ମୀଙ୍କର କଡ଼ା ପ୍ରହରା ଦେଖିବାକୁ ମିଳୁଛି ।…

ଅଯୋଧ୍ୟା ରାୟକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିବା ପାଇଁ ଗତକାଲି ଦିଲ୍ଲୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନରେ ହିନ୍ଦୁ ଓ ମୁସଲମାନ ଧାର୍ମିକ ନେତା ମାନଙ୍କର ବୈଠକ ବସିଥିଲା ।ଏଥିରେ ଯୋଗଦେଇଥିବା ଧାର୍ମିକ ନେତା ମାନେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇବା ସହିତ ଦେଶବାସୀ ମଧ୍ୟ ଏହାକୁ ସମ୍ମାନ ଜଣାଇବା ସହିତ ସଂଯମତା ରକ୍ଷା କରିବାକୁ କହିଥିଲେ ।ଆଉ ଆଜି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ କହିଛନ୍ତି ଯେ ଅଯୋଧ୍ୟାରେ ବିଶାଳ ରାମ ମନ୍ଦିର ନିର୍ମାଣ ପାଇଁ ଥିବା ତାଙ୍କର ସ୍ବପ୍ନ ସାକାର ହେବାକୁ ଯାଉଛି ।…

ଅଯୋଧ୍ୟା ମାମଲାରେ ସଂଯମତା ରକ୍ଷା ପାଇଁ କଡ଼ା ନିର୍ଦ୍ଦେଶ ସତ୍ତ୍ବେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଉତ୍ତରପ୍ରଦେଶରେ ପ୍ରାୟ ୯୦ ଜଣ ଗିରଫ ହେଲେଣି ।ସୁରକ୍ଷା ଏଜେନ୍‌ସୀ ଗୁଡ଼ିକ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସୋସିଆଲ ମିଡିଆ ପୋଷ୍ଟ ଉପରେ କଡ଼ା ନଜର ରଖିଛନ୍ତି ।ଏଥିପାଇଁ Sentiment Analysis Programme ନାମକ ଏକ ସଫ୍‌ଟୱେର ବ୍ୟବହାର କରାଯାଉଛି ।ମୁସଲିମ ପକ୍ଷକୁ ୫ ଏକର ଜମି ଦେବା ପାଇଁ ଆସିଥିବା ରାୟ ସଂପର୍କରେ ସୁନ୍ନି ୱାକଫ୍ ବୋର୍ଡ ନଭେମ୍ବର ୨୬ରେ ନିଷ୍ପତ୍ତି ନେବ ।ସେପଟେ ପ୍ରସ୍ତାବିତ ରାମ ମନ୍ଦିରର ରୂପରେଖ କେମିତି ହେବ ଏବଂ ଏହାର ନିର୍ମାଣ କେବେ ସୁଦ୍ଧା ସରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.