ରାମ ମନ୍ଦିରରେ ପୂଜାରୀ ହେବା ଲାଗି ୩ହଜାରରୁ ଅଧିକ ପ୍ରାର୍ଥୀଙ୍କ ଆବେଦନ, ମେରିଟ୍‌ ଆଧାରରେ ୨୦୦ଜଣ ମନୋନୀତ

Published By : Prameya-News7 Bureau | November 21, 2023 IST

ଅଯୋଧ୍ୟା ୨୦/୧୧: ଅଯୋଧ୍ୟା ରାମ ମନ୍ଦିରରେ ପୂଜାରୀ ହେବା ଲାଗି ୩ ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୦୦ଜଣଙ୍କୁ ସାକ୍ଷାତକାର ପାଇଁ ମେରିଟ୍‌ ଆଧାରରେ ମନୋନୀତ କରାଯାଇଛି । ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି ।

{"id":872705,"width":832,"height":461,"sizeSlug":"full","linkDestination":"none"}

ଟ୍ରଷ୍ଟ ମୁତାବକ, ବର୍ତ୍ତମାନ ୨୦୦ ପ୍ରାର୍ଥୀଙ୍କର ଯୋଗ୍ୟତା ଆଧାରରେ ପରବର୍ତ୍ତୀ ସାକ୍ଷାତକାର ନିଆଯାଉଛି । ଅଯୋଧ୍ୟାସ୍ଥିତ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ମୁଖ୍ୟାଳୟ କାର୍‌ସେବକ ପୁରମ୍‌ଠାରେ ଏହି ସାକ୍ଷାତକାର ଅନୁଷ୍ଠିତ ହେଉଛି । ଏହାକୁ ପରିଚାଳନା କରିବା ଲାଗି ୩ ଜଣିଆ କମିଟି ଗଠନ ହୋଇଛି । କମିଟିରେ ବୃନ୍ଦାବନର ହିନ୍ଦୁ ପ୍ରଚାରକ ଜୟକାନ୍ତ ମିଶ୍ର ଏବଂ ଅଯୋଧ୍ୟାରୁ ମିଥିଲେଶ ନନ୍ଦିନୀ ଶରନ ଓ ସତ୍ୟନାରାୟଣ ଦାସ ସଦସ୍ୟ ରହିଛନ୍ତି । ସାକ୍ଷାତକାର ଶେଷ ହେବା ପରେ ୨୦ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରାଯିବ । ଏମାନଙ୍କୁ ୬ ମାସର ତାଲିମ ଦିଆଯିବା ପରେ ରାମ ମନ୍ଦିରରେ ବିଭିନ୍ନ ପଦବୀରେ ପୂଜାରୀ ଭାବେ ନିଯୁକ୍ତ କରାଯିବ । ଯେଉଁମାନେ ମନୋନୀତ ହେବେନାହିଁ, ସେମାନଙ୍କୁ ତାଲିମ କାର୍ଯ୍ୟକ୍ରମରେ ସାମିଲ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯିବ । ଭବିଷ୍ୟତରେ ଆହୁରି ଅଧିକ ପୂଜାରୀ ପଦବୀ ସୃଷ୍ଟି ହେଲେ ସେମାନଙ୍କୁ ଡକାଯିବ ।

{"id":872706,"sizeSlug":"full","linkDestination":"none"}

ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି, ମନୋନୀତ ୨୦୦ ପ୍ରାର୍ଥୀଙ୍କୁ ସନ୍ଧ୍ୟା ବନ୍ଦନ, ଏହାର ପଦ୍ଧତି, ପୂଜାବିଧି ପାଇଁ ମନ୍ତ୍ର, ପ୍ରଭୁ ଶ୍ରୀରାମଙ୍କ ପୂଜନ ଲାଗି ମନ୍ତ୍ର ଏବଂ ଏହାର କର୍ମକାଣ୍ଡ ଆଦି ପ୍ରଶ୍ନ ସାକ୍ଷାତକାରରେ ପଚରାଯାଉଛି । ତାଙ୍କ ମୁତାବକ, ଧାର୍ମିକ ପାଠ୍ୟକ୍ରମ ଆଧାରରେ ତାଲିମ ପ୍ରଦାନ କରାଯିବ । ତାଲିମ ସମୟରେ ପ୍ରାର୍ଥୀମାନଙ୍କ ନିମନ୍ତେ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ୨ ହଜାର ଟଙ୍କାର ଷ୍ଟାଇପେଣ୍ଡ ବି ଦିଆଯିବ ।

Also Read- ଲୋକଙ୍କୁ ମରିବାକୁ ଦିଅ ! ଋଷି ସୁନକଙ୍କ ବୟାନକୁ ନେଇ ବ୍ରିଟେନରେ ଚାଞ୍ଚଲ୍ୟ

ଅଯୋଧ୍ୟାରେ ତିଆରି ହୋଇଥିବା  ରାମ ମନ୍ଦିରରେ ପୂଜା ପଦ୍ଧତ୍ତି ବି  ଭିନ୍ନ। ଏହା ରାମନଂଦୀୟ ସମ୍ପ୍ରଦାୟ ଅନୁସାରେ ହେବ।  ତେ ବେନ ଅଯୋଧ୍ୟାରେ ରାମ ମନ୍ଦିର ପ୍ରସ୍ତୁତ ହେବା ଉପରେ ।  ଜାନୁଆରୀ ୨୨ରେ ଏହି ମନ୍ଦିର ହେବ ଉଦଘାଟନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.