ନୂଆଦିଲ୍ଲୀ: ପାଞ୍ଚ ଦଶନ୍ଧିର ଅପେକ୍ଷା ପରେ ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲା ନିଜ ଭବ୍ୟ ମନ୍ଦିରର ଗର୍ଭଗୃହରେ ବିରାଜମାନ ହୋଇଥିଲେ । ସେବେଠାରୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି । ତେବେ ଜାନୁଆରୀ ୨୨ରୁ ଫେବ୍ରୁଆରୀ ୨୨ ଗତ ଏକ ମାସରେ କେତେ ଜଣ ଭଗବାନ ରାମଲାଲାଙ୍କୁ ଦର୍ଶନ କରିଛନ୍ତି ଏବଂ ଏହି ଅବିଧରେ ଭକ୍ତମାନେ କଣ କଣ ଦାନ କରିଛନ୍ତି, ଏନେଇ ସମସ୍ତେ ଜାଣିବା ପାଇଁ ଇଚ୍ଛୁକ ଥିବେ । ତେବେ ଆସନ୍ତୁ ନଜର ପକାଇବା ଏହି ତଥ୍ୟ ଉପରେ ।
ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ପରେ ଜାନୁଆରୀ ୨୩ରୁ ସମସ୍ତଙ୍କୁ ରାମଲାଲାଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିଲା । ଏହାପରେ ମନ୍ଦିରରେ ଦର୍ଶନ ସମୟକୁ ବଢାଯାଇଥିଲା ଏବଂ ସକାଳ ୭ଟାରୁ ରାତି ୧୦ଟାଏ ଯାଏ ଭକ୍ତମାନେ ନିଜ ଆରାଧ୍ୟଙ୍କୁ ଦର୍ଶନ କରିଥିଲେ । ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି ଏବଂ ଏହି ସଂଖ୍ୟା କମ ହେଉଥିବା ବର୍ତ୍ତମାନ ନଜର ଆସୁ ନାହିଁ ।
ଗତ ଏକ ମାସରେ ଯଦି ଦର୍ଶନାର୍ଥୀଙ୍କ ମୋଟ ସଂଖ୍ୟା କୁହାଯାଏ, ତେବେ ଏହା ୬୦ ଲକ୍ଷରୁ ବି ଅଧିକ ହୋଇଛି । ଏତେ ଅଧିକ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିଛନ୍ତି, ତ ଏହା ମଧ୍ୟ ଜାଣିବାକୁ ଉତ୍କଣ୍ଠା ଥିବ ଯେ ଦାନ ଆକାରରେ କେତେ କଣ ମିଳିଛି । ଶ୍ରୀ ରାମ ମନ୍ଦିର ସମେତ ଅନ୍ୟ ଦାନ କାଉଣ୍ଟର ଏବଂ ଦାନ ପାତ୍ରରେ ମିଳିଥିବା ଅର୍ଥ ରାଶି ପ୍ରାୟ ୨୫ କୋଟି ଟଙ୍କା ।
ପଢନ୍ତୁ: କିଏ ରାମଲାଲାଙ୍କର ସବୁଠାରୁ ବଡ ଦାନବୀର? ମନ୍ଦିରକୁ ଦାନ କରିଛନ୍ତି ୧୦୧କେଜି ସୁନା, ମୂଲ୍ୟ ୭୦କୋଟିରୁ ଅଧିକ
ଅନ୍ୟ ଦାନ ସାମଗ୍ରୀରେ ସୁନା ଏବଂ ରୁପାରେ ତିଆରି ମୁକୁଟରୁ ଆରମ୍ଭ କରି ହାର, ଛତ୍ର, ରଥ, ଚୁଡ଼ି, ଖେଳନା, ପାଉଁଜି, ଦୀପ ଏବଂ ଧୂପକାଠି ଷ୍ଟାଣ୍ଡ, ଧନୁ-ତୀର ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ରହିଛି । ଦାମନରେ ମିଳିଥିବା ରୁପାର ପରିମାଣ ପ୍ରାୟ ୨୫ କିଲୋଗ୍ରାମରୁ ଅଧିକ ରହିଛି । ତେବେ ଦାନ ସୂତ୍ରରେ ମିଳିଥିବା ସୁନାର ପରିମାଣ ଏବେ ଯାଏ ଆକଳନ ହୋଇପାରି ନାହିଁ । ଟ୍ରଷ୍ଟର ସୂତ୍ର ଅନୁସାରେ ମିଳିଥିବା ସୁନାର ପ୍ରାୟ ୧୦ କିଲୋଗ୍ରାମ ହେବ ।