scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶିଖର ଧାବନଙ୍କ ପାରିବାରିକ ବିବାଦ ମାମଲା, ଜୁନ ୨୭ ସୁଦ୍ଧା ପୁଅକୁ ଭାରତ ଆଣିବାକୁ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

8/06/2023 at 8:10 PM

ନୂଆଦିଲ୍ଲୀ ୮।୬: ଭାରତୀୟ କ୍ରିକେଟ୍ ଟିମର ଲେଫ୍ଟହ୍ୟାଣ୍ଡ ଓପନର ଶିଖର ଧାୱନଙ୍କଠୁ ଅଲଗା ରହୁଥିବା ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀ (ଧାୱନ)ଙ୍କୁ ତାଙ୍କର ୯ ବର୍ଷର ପୁଅକୁ ଭାରତ ନେଇ ଆସିବାକୁ ପଟିୟାଲା ହାଉସ୍ କୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି।  ଧାୱନ ଦମ୍ପତ୍ତି ପରସ୍ପରଠୁ ପୃଥକ ହୋଇସାରିଛନ୍ତି ଓ ଦୁଇଜଣଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଏବଂ ପୁଅର କଷ୍ଟଡି ନେଇ କୋର୍ଟରେ ମାମଲା ବିଚାରଧୀନ ରହିଛି। ଆଜିକାଲି ଆୟେଶା ପୁଅ ସହିତ ଅଷ୍ଟ୍ରେଲିଆରେ ରହୁଛନ୍ତି।

ଜଙ୍ଗଲରେ ମାମୁଁ ସହ ପଙ୍ଗା ନେଉଛି ମାଙ୍କଡ, ଭିଡିଓ Viral

ପିଲାକୁ ପରିବାର ସହ ମିଶାଇବାକୁ ଆୟେଶା ଧାୱନଙ୍କ ଆପତ୍ତିକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଗଷ୍ଟ ୨୦୨୦ ପରେ ଶିଖର ଧାୱନଙ୍କ ପରିବାର ତାଙ୍କ ପୁଅ ସହ ମିଶି ପାରିନାହାନ୍ତି। ପିଲା ଉପରେ କେବଳ ମାର ହକ୍ ନଥାଏ, ଯଦି ଶିଖର ଧାୱନ ଏପର୍ଯ୍ୟନ୍ତ ଜଣେ ଭଲ ପିତା ସାବ୍ୟସ୍ତ ହୋଇପାରିଛନ୍ତି ତେବେ ପିଲାକୁ କାହିଁକି ତା ପରିବାର ସହ ମିଶିବାରେ ଆୟେଶା ଆପତ୍ତି କରୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏମିତିରେ ବି ଶିଖର ଧାୱନ ତାଙ୍କ ପିଲାର ପର୍ମାନେଣ୍ଟ କଷ୍ଟଡି ଚାହୁଁନାହାନ୍ତି ସେ କେବଳ ପୁଅକୁ ଭେଟିବାକୁ ଚାହୁଁଛନ୍ତି ବୋଲି କୋର୍ଟ କହିଛନ୍ତି।

ଏଣୁ କୋର୍ଟ ଆୟେଶା ଧାୱନଙ୍କୁ ପିଲାକୁ ସାଙ୍ଗରେ ନେଇ ନିଜେ ଭାରତ ଆସନ୍ତୁ ଅଥବା କୌଣସି ବିଶ୍ୱସନୀୟ ବ୍ୟକ୍ତିଙ୍କ ଜରିଆରେ ପୁଅକୁ ଭାରତ ପଠାନ୍ତୁ ବୋଲି କୋର୍ଟ କହିଛନ୍ତି। ଯାହାବି ହେଉ ୨୮ ଜୁନ ପୂର୍ବାହ୍ନ ୧୦ଟା ସୁଦ୍ଧା ପୁଅର କଷ୍ଟଡି ଧାୱନ ପରିବାର ହାତକୁ ହସ୍ତାନ୍ତର କରିବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି।  ଯଦି କୌଣସି କାରଣରୁ ଆୟେଶା ଧାୱନଙ୍କ ଲାଗି ଏହା ସମ୍ଭବ ନ ହୁଏ ତେବେ ସେ ଏହି ଆଦେଶର ୭୨ ଘଣ୍ଟା ମଧ୍ୟରେ ତାଙ୍କର ଅସମର୍ଥତା ପ୍ରକାଶ କରିପାରନ୍ତି ବୋଲି ମଧ୍ୟ କୋର୍ଟ କହିଛନ୍ତି।

ସବୁ ଯାତ୍ରୀ ଫେରସ୍ତ ପାଇବେ ଟଙ୍କା, ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷରେ ଜରୁରୀ ଅବତରଣ କରିଥିଲା ଏୟାର ଇଣ୍ଡିଆ ବିମାନ

ଏଭଳି ପରିସ୍ଥିତିରେ ଶିଖର ଧାୱନ ପୁଅକୁ ଆଣିବା ପାଇଁ ଅଷ୍ଟ୍ରେଲିଆ ଯିବେ। ତେବେ ପିଲାର ଭାରତ ଯାତ୍ରା ନିମନ୍ତେ  ଭିସା ଓ ଅନ୍ୟ ଜରୁରି କ୍ଲିୟରାନ୍ସ ହାସଲ କରିବା ଆୟେଶାଙ୍କ କାମ ହେବ । କୋର୍ଟ କହିଛନ୍ତି ଯେ ବ୍ୟବସ୍ଥା ଏପରି ହେବା ଦରକାର ଯେ  ପିଲା ଜୁନ ୨୭ ତାରିଖ ସୁଦ୍ଧା ଭାରତରେ ପହଞ୍ଚିବ ଓ ୪ ଜୁଲାଇରେ ପୁଣି ମାଙ୍କ ପାଖକୁ ଅଷ୍ଟ୍ରେଲିଆ ଫେରିଯିବ। ଏହି ଯାତ୍ରା ବାବଦ ସମସ୍ତ ଖର୍ଚ୍ଚ ଶିଖର ଧାୱନ ବହନ କରିବେ।    

   Related Posts