ଉଜୈନ ମାମଲାରେ ମୁହଁ ଖୋଲିଲେ ନିର୍ଦ୍ଦେଶକ ଅୟାନ, କହିଲେ-ବହୁତ ଖରାପ ଲାଗୁଛି କାହିଁକି ନା…

Published By : Prameya-News7 Bureau | September 08, 2022 IST

ମୁମ୍ଵାଇ ୦୮।୦୯: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' କୁ ନେଇ ବିବାଦ ଥମିବାର ବା ଧରୁଛି। ଏହି ଚଳଚ୍ଚିତ୍ରଟି ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ବୟକଟ୍‌ କରାଯାଉଛି।ବର୍ତ୍ତମାନ ଯେତେବେଳେ ଫିଲ୍ମର ଷ୍ଟାର କାଷ୍ଟ ପ୍ରମୋସନ ପାଇଁ ଉଜୈନର ମହାକଲେଶ୍ଵର ମନ୍ଦିରରେ ପହଞ୍ଚିଥିଲେ।  ସେତେବେଳେ ସେମାନଙ୍କୁ ସେଠାରେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହି ଘଟଣା ପରା ବିବୃତ୍ତି ଜାରି କରିଛନ୍ତି।

ଦିଲ୍ଲୀରେ ଏକ ପ୍ରମୋସନାଲ ଇଭେଣ୍ଟ ସମୟରେ ଅୟାନ କହିଛନ୍ତି ତାଙ୍କୁ ବହୁତ ଖରାପ ଲାଗୁଛି। କାହିଁକି ନା ସେ ଗର୍ଭବତୀ ହେତୁ ଆଲିଆ ଭଟ୍ଟଙ୍କୁ ଏହି ଯାତ୍ରାରେ ଆଣିବାକୁ ଚାହୁଁନାହାଁନ୍ତି କିନ୍ତୁ ସେ ଏବଂ ରଣବୀର କପୁର ମହାକଲେଶ୍ଵରଙ୍କୁ ଦର୍ଶନ କରିବାକୁ ବହୁତ ଆଗ୍ରହୀ ଥିଲେ। 'ମୁଁ ମୋର ଚଳଚ୍ଚିତ୍ରର ମୋସନ ପୋଷ୍ଟର ରିଲିଜ କରିବା ପୂର୍ବରୁ ମହାକଲେଶ୍ଵର ମନ୍ଦିରକୁ ଯାଇଥିଲି ଏବଂ ମୁଁ ନିଜକୁ କହିଥିଲି ଯେ ଫିଲ୍ମ ରିଲିଜ ହେବା ପରେ ମଧ୍ୟ ମୁଁ ନିଶ୍ଚିତ ଭାବେ ଏଠାକୁ ଆସିବି। କିନ୍ତୁ ଯେତେବେଳେ ଆମେ ସେଠାରେ ପହଞ୍ଚିଲୁ । ସେ ସବୁ ବିଷୟରେ ଜାଣିଲୁ, ବହୁତ ଖରାପ ଲାଗିଲା । ପରେ ମୁଁ ଆଲିଆ ଏବଂ ରଣବୀରଙ୍କୁ କହିଥିଲି କି ମୋତେ ଏକା ଦର୍ଶନ କରିବାକୁ ପଡିବ।

କହିବା ଯେ ଅନେକ ହିନ୍ଦୁ ସଂଗଠନ ରଣବୀର କପୁରଙ୍କୁ ଏକ ପୁରୁଣା ବିବୃତ୍ତିକୁ ନେଇ ତାଙ୍କୁ ଟ୍ରୋଲ କରିବା ସହ ତାଙ୍କ ଫିଲ୍ମକୁ ବଏକଟ୍‌ କରୁଛନ୍ତି । ଯେଉଁଥିରେ ସେ ଗୋମାଂସ ଖାଇବା ଏବଂ ପସନ୍ଦ କରିବା ବିଷୟରେ କହିଥିଲେ। ଏହା ତାଙ୍କ ପାଇଁ ବର୍ତ୍ତମାନ ମହଙ୍ଗା ପଡିଛି । ତେବେ ଆଗକୁ ଜଣାପଡିବ ଫିଲ୍ମଟି କେତେ ହିଟ୍‌ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.