ନୂଆଦିଲ୍ଲୀ: ତୃତୀୟ ଥର ସ୍ଲୋ ଓଭର ରେଟ୍ ପାଇଁ ଋଷବ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ ବ୍ୟାନ୍ କରାଯାଇଛି। ତେଣୁ ସେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ। ଋଷବଙ୍କ ସ୍ଥାନରେ ଅକ୍ଷର ପଟେଲ୍ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍ ରିକି ପଣ୍ଟିଂ ସୂଚନା ଦେଇଛନ୍ତି।
ରବିବାର ମେ ୧୨ ତାରିଖ ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଲଢ଼େଇ ହେବ। ଏଥିରେ ଅକ୍ଷର କ୍ୟାପ୍ଟେନ୍ ହେବେ। ଏନେଇ ଶନିବାର ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ ରିକି ପଣ୍ଟିଂ କହିଛନ୍ତି “ଅକ୍ଷର ଆସନ୍ତାକାଲି ପାଇଁ ଆମର କ୍ୟାପ୍ଟେନ୍ ହେବେ। ଗତ କିଛି ସଂସ୍କରଣରେ ସେ ଦଳ ଉପଅଧିନାୟକ ହୋଇ ଆସୁଛନ୍ତି। ସେ ଜଣେ ଦକ୍ଷ ଆଇପିଏଲ୍ ଓ ଦକ୍ଷ ଅନ୍ତର୍ଜାତୀୟ ଖେଳାଳି। ବହୁତ ଦାୟିତ୍ୱବାନ ପିଲା। ସେ ଖେଳକୁ ଭଲ ଭାବରେ ବୁଝନ୍ତି। ସତ କହିବାକୁ ହେଲେ ସେ କ୍ୟାପ୍ଟେନ୍ ଦାୟିତ୍ୱ ନେବାକୁ ଖୁବ୍ ଆଗ୍ରହୀ ମଧ୍ୟ।”
ପଢ଼ନ୍ତୁ-କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନ୍, ଲର୍ଡସରେ ଖେଳିବେ ଶେଷ ମ୍ୟାଚ୍
ପଣ୍ଟିଂ ଆହୁରି କହିଛନ୍ତି “ ପନ୍ତଙ୍କ ବ୍ୟାନ୍ ଆଶଙ୍କା ନେଇ ଆମେ ଗତ କିଛିଦିନ ହେଲା କଥା ହେଉଥିଲୁ। ସେ ଏଥିରେ ସହମତି ପ୍ରକାଶ କରିଛନ୍ତି। ଆମେ ଆଜିମ ଆମର ବୋଲର ମିଟିଂ କରି ସାରିଛୁ। ସବୁ ଯୋଜନା ମୁତାବକ ହେବା ବାଇଁ ସେ ଆଜି ରାତିରେ ସବୁ ଖେଳାଳିଙ୍କ ସହ ଆଲୋଚନା କରିବେ।” ତେବେ ଆସନ୍ତାକାଲିର ମ୍ୟାଚ୍ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ପନ୍ତ ନଥିଲେ ବି ଆମକୁ କାଲି କଠିନ୍ନ ପରିଶ୍ରମ କରିବାକୁ ପଡ଼ିବ। ମୁଁ ଜାଣିଛି ଯେ କାଲି ଦିଲ୍ଲୀକୁ ହରାଇବା କଷ୍ଟକର ହେବ।