WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫିଟ୍‌ ହେଉଛନ୍ତି ଅଲ୍‌ରାଉଣ୍ଡର ଅକ୍ଷର ପଟେଲ, ବିଶ୍ୱକପ୍‌ ଟିମ୍‌କୁ ଫେରିପାରନ୍ତି

26/09/2023 at 2:46 PM

ମୁମ୍ବାଇ ୨୬।୦୯ : ଫିଟ୍‌ ହେଉଛନ୍ତି ଅଲ୍‌ରାଉଣ୍ଡର ଅକ୍ଷର ପଟେଲ । ବିଶ୍ୱକପ୍‌ ପୂର୍ବରୁ ଯୁବ ଅଲ୍‌ରାଉଣ୍ଡର ଅକ୍ଷର ପଟେଲ ଫିଟ୍‌ ହେବା ନେଇ ସୂଚନା ମିଳୁଛି । ଏପିରିକି ବିଶ୍ୱକପ୍‌ ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ଖେଳିବେ ବୋଲି ସୂଚନା ରହିଛି । ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଅଲ୍‌ରାଉଣ୍ଡର ଚୟନ ହୋଇଥିଲା ଅକ୍ଷର ପଟେଲ । ଭାରତ ୩୦ ତାରିଖରେ ପ୍ରଥମ ଅଭ୍ୟାସ  ମ୍ୟାଚ୍‌ ଖେଳିବ ଓ ଡିଫେଣ୍ଡିଂ ଚାମ୍ପିଅନ୍‌  ଇଂଲଣ୍ଡକୁ ସାମ୍ନା କରିବ ।  ଅକ୍ଷର ଏହି  ମ୍ୟାଚ୍‌ ଖେଳିପାରିବେ ବୋଲି ଆଶା  କରାଯାଉଛି । 

ସୂଚନାଯୋଗ୍ୟ ଯେ, ଗତ  ଏସିଆ କପ୍‌ ସମୟରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଅକ୍ଷର ପଟେଲ ଆହତ  ହୋଇଥିଲେ । ବାଂଲାଦେଶ ବିପକ୍ଷ  ମ୍ୟାଚ୍‌ରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ  ବାମ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଥିଲା । ବର୍ତ୍ତମାନ ସେ ଜାତୀୟ  କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ଚିକିତ୍ସିତ ହେଉଛନ୍ତି ।

ତେବେ ଅକ୍ଷରଙ୍କ  ଅନୁପସ୍ଥିତିରେ ରବି ଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା ।  ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଚୟନ ହୋଇଥିଲେ ରବିଚନ୍ଦ୍ରନ ଅଶ୍ୱିନୀ । ଦୀର୍ଘ ୧୮ମାସ  ପରେ ଦିନିକିଆ କ୍ରିକେଟ୍‌ ଖେଳୁଥିବା  ଅଶ୍ୱିନ ପ୍ରଥମ ୨ଟି ଯାକ ଦିନିକିଆରେ  ଯାଦୁକରୀ ସ୍ପିନ ବୋଲିଂ କରି ବିଶ୍ୱକପ୍‌  ପାଇଁ ଦାବିଦାର ରୂପେ ଉଭା ହୋଇଛନ୍ତି ।  ତୃତୀୟ ଦିନିକିଆରେ ମଧ୍ୟ ସେ ଖେଳିବା ସମ୍ଭାବନା ରହିଛି । ଫଳରେ ଚୟନ କମିଟିର ଚିନ୍ତା ବଢ଼ିଯାଇଛି ।

   Related Posts