Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କନ୍ୟାଭୃଣର ସୂରକ୍ଷା ଓ ଶିଶୁ କନ୍ୟାର ମାନ୍ୟତା ପାଇଁ ଅଭିନବ ଉପାୟ

25/09/2018 at 6:03 PM

ନୟାଗଡ ୨୫/୯ : ଅଭିନବ ଉପାୟରେ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ନୟାଗଡର ମହିଳାମାନେ । କନ୍ୟାଭୃଣର ସୂରକ୍ଷା ଓ ଶିଶୁ କନ୍ୟାର ମାନ୍ୟତା ପାଇଁ ମହିଳାମାନଙ୍କ ଦ୍ବାରା ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ମହିଳାମାନେ କଳା ଶାଢି ପିନ୍ଧି ହାତରେ ବିଭିନ୍ନ ସ୍ଳୋଗାନର ପ୍ଲାକାର୍ଡ ଧରି ରାସ୍ତାରେ ଏହି ସଚେତନାତା କରିଛନ୍ତି । ଭୂବନେଶ୍ବରର କାର୍ଡ ଅନୁଷ୍ଠାନ ତରଫରୁ ରଣପୁର ବଜାରରେ ଏହି କାର୍ଯ୍ୟକ୍ରମ କରାଯାଇଛି । ରାଜ୍ୟରେ ପୁରୁଷ ତୁଳନାରେ ମହିଳାଙ୍କ ସଂଖ୍ୟା କମୁଥିବା ବେଳେ ସେମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ସେହିପରି କନ୍ୟାଭୃଣ ହତ୍ୟା ମଧ୍ୟ ଉଦବେଗ ସୃଷ୍ଟି କରିଛି । ସରକାରୀ ସ୍ଥରରେ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ । ଗତ କିଛି ବର୍ଷ ହେଲା କାର୍ଡ ଅନୁଷ୍ଠାନ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବା ଏହାର ପରିଚାଳିକା କହିଛନ୍ତି ।

   Related Posts