Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IPL Award List: ଜାଣନ୍ତୁ କାହାକୁ ମିଳିଲା କେଉଁ ଆଓ୍ଵାର୍ଡ, ଏହି ଖେଳାଳିଙ୍କୁ ମିଳିଲା ସର୍ବାଧିକ ୩ ପୁରସ୍କାର

30/05/2023 at 5:00 PM

ନୂଆଦିଲ୍ଲୀ: ଆଇପିଏଲ୍‌ର ୧୬ତମ ସମାରୋହ ଆଜି ଅର୍ଥାତ ମେ ୩୦ ତାରିଖ ସଂପନ୍ନ ହୋଇଛି। କାରଣ ଏମଏସ ଧୋନୀ ଯେତେବେଳେ ଟ୍ରଫି ଉଠାଇଲେ ସେତିକି ବେଳେ ସମୟ ଭୋର ୩ଟାରୁ ଅଧିକ ହୋଇ ସାରିଥିଲା। ଏହା ପୂର୍ବରୁ ଆଓ୍ଵାର୍ଡ ସେରିମନି ଆୟୋଜିତ ହୋଇଥିଲା। ଏଥିରେ ଛାଇ ଯାଇଥିଲେ ଭାରତୀୟ ଉଦୀୟମାନ ତାରକା ବ୍ୟାଟର ଶୁଭମନ ଗିଲ୍। ଏହି ବ୍ୟାଟରଙ୍କୁ ସର୍ବାଧିକ ୩ଟି ଆଓ୍ଵାର୍ଡ ମିଳିଛି। ହେଲେ ତାଙ୍କ ଦଳ ଟାଇଟଲ୍ ଜିତି ପାରି ନାହିଁ। ଚାଲନ୍ତୁ ଜାଣିବା କେଉଁ ଖେଳାଳିଙ୍କୁ ମିଳିଲା କେଉଁ ଆଓ୍ଵାର୍ଡ।

ବିଜେତା ଏବଂ ଉପବିଜେତା

ଆଇପିଏଲ୍ ୨୦୨୩ର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ୫ଥର ଟ୍ରଫି ଜିତିବାରେ ସଫଳ ହୋଇଛି। ରୋମାଞ୍ଚକର ଫାଇନାଲ୍‌ରେ ପରାଜିତ ହୋଇ ଉପବିଜେତାରେ ଗୁଜରାଟ ଟାଇଟନ୍ସକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଏ ଖବର ପଢନ୍ତୁ- JioCinema କଲା ବିଶ୍ୱ ରେକର୍ଡ, IPL ଫାଇନାଲର ଗୋଟିଏ ସମୟରେ ଲାଇଭ ଥିଲେ ଏତିକି ଦର୍ଶକ

ପ୍ଲେୟାର ଅଫ ଦ ମ୍ୟାଚ୍

ଚେନ୍ନାଇ ସୁପର କିଙ୍ଗ୍ସର ଓପନିଂ ବ୍ୟାଟର ଡେଭନ କନଓ୍ଵେଙ୍କୁ ପ୍ଲେୟାର ଅଫ ଦ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି। ସେ ଫାଇନାଲ୍ ମ୍ୟାଚ୍‌ରେ ୨୫ ବଲ୍‌ରୁ ୪ ଚୌକା ଏବଂ ୨ ଛକା ସହାୟତାରେ ୪୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

ଏମର୍ଜିଂ ପ୍ଲେୟାର ଅଫ ଦ ସିଜିନ

ରାଜସ୍ଥାନ ରୟାଲ୍ସର ଓପନିଂ ବ୍ୟାଟର ଯଶସ୍ଵୀ ଜୟସଓ୍ଵାଲଙ୍କୁ ଏମର୍ଜିଂ ପ୍ଲେୟାର ଅଫ ଦ ସିଜିନ ଆଓ୍ଵାର୍ଡ ମିଳିଛି। ସେ ଚଳିତ ସଂସ୍କରଣରେ ୧ ଶତକ ଏବଂ ୫ ଅର୍ଦ୍ଧଶତକ ସହ ମୋଟ୍ ୬୨୫ ରନ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୫ ରହିଥିଲା।

ଏ ଖବର ପଢନ୍ତୁ- ମାହୀ ଭାଇ ତୁମ ପାଇଁ କିଛି ବି… ଧୋନିଙ୍କ ସହିତ ଚାଲିଥିବା ବିବାଦରେ ଫୁଲ୍‌ଷ୍ଟପ୍ ମାରିଲେ ଜାଡେଜା

ମୋଷ୍ଟ ଭେଲ୍ୟୁଏବଲ ପ୍ଲେୟାର ଅଫ ଦ ସିଜିନ

ଆଇପିଏଲ୍‌ରେ କୌଣସି ଖେଳାଳିଙ୍କୁ ପ୍ଲେୟାର ଅଫ ଦ ସିଜିନ ଜାଗାରେ ମୋଷ୍ଟ ଭେଲ୍ୟୁଏବଲ ପ୍ଲେୟାର ଅଫ ଦ ସିଜିନର ଆଓ୍ଵାର୍ଡ ଦିଆଯାଉଛି। ଏଥର ଏହି ଆଓ୍ଵାର୍ଡ ଶୁଭମନ ଗିଲ୍‌ଙ୍କ ନାମରେ ରହିଛି। ସେ ଗୁଜରାଟ ପକ୍ଷରୁ ୩ ଶତକ ଏବଂ ୪ ଅର୍ଦ୍ଧଶତକ ସହ ୮୯୦ ରନ କରିଛନ୍ତି।

ଆଇପିଏଲ୍ ୨୦୨୩ ଅରେଞ୍ଜ କ୍ୟାପ୍

ଆଇପିଏଲ୍ ୨୦୨୩ର ଅରେଞ୍ଜ କ୍ୟାପ୍ ହୋଲ୍ଡର ଶୁଭମନ ଗିଲ୍‌ଙ୍କୁ ମିଳିଛି। ସେ ଏହି ସିଜିନରେ ସର୍ବାଧିକ ରନ ତାଙ୍କରି ନାମରେ ରହିଛି। ଗିଲ୍ ୧୭ଟି ଇନିଂସରେ ୧୫୮ ଷ୍ଟ୍ରାଇକ ରେଟ୍‌ରେ ୮୯୦ ରନ କରିଛନ୍ତି।

ଏ ଖବର ପଢନ୍ତୁ- ମ୍ୟାଚ୍ ବିଜୟ ପରେ ଜଦ୍ଦୁଙ୍କୁ ଟେକି କାନ୍ଦିଲେ ମାହୀ, ପ୍ରତିକ୍ରିୟାରେ କହିଲେ ଇଏ ମୋର ଇମୋସନ….ଏ ଲୁହ ବିଜୟର ଲୁହ…

ଆଇପିଏଲ୍ ୨୦୨୩ ପର୍ପଲ କ୍ୟାପ୍ ହୋଲ୍ଡର

ଆଇପିଏଲ୍ ୨୦୨୩ରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ଗୁଜରାଟ ଟାଇଟନ୍ସର ମହମ୍ମଦ ଶାମିଙ୍କୁ ଏହି ଆଓ୍ଵାର୍ଡ ମିଳିଛି। ସେ ୧୭ଟି ମ୍ୟାଚ୍‌ରେ ମୋଟ୍ ୨୮ଟି ଓ୍ଵିକେଟ୍ ହାସଲ କରିଛନ୍ତି। ହେଲେ ଫାଇନାଲ୍‌ରେ ତାଙ୍କୁ ଗୋଟିଏ ହେଲେ ସଫଳତା ମିଳିନଥିଲା।

ଗେମ୍ ଚେଞ୍ଜର ଅଫ ଦ ସିଜିନ

ଆଇପିଏଲ୍ ୧୬ତମ ସଂସ୍କରଣ ପାଇଁ ଗେମ୍ ଚେଞ୍ଜର ଅଫ ଦ ସିଜିନର ଆଓ୍ଵାର୍ଡ ମଧ୍ୟ ଶୁଭମନ ଗିଲ୍‌ଙ୍କୁ ମିଳିଛି। ସେ ଗୋଟିଏ କି ଦୁଇଟି ନୁହେଁ ୬ରୁ ଅଧିକ ମ୍ୟାଚ୍‌ର ରୂପରେଖ ବଦଳାଇଥିଲେ ଏବଂ ସବୁଠୁ ଅଧିକ ପଏଣ୍ଟ ହାସଲ କରିଥିଲେ।

ଏ ଖବର ପଢନ୍ତୁ- ହୃଦୟ ଜିତିଲେ ହାର୍ଦ୍ଦିକ, କହିଲେ – ଧୋନିଙ୍କ ଠାରୁ ପରାସ୍ତ ହୋଇ କୌଣସି ଦୁଃଖ ନାହିଁ…

ବେଷ୍ଟ କ୍ୟାଚ୍ ଅଫ ଦ ସିଜିନ୍

ଗୁଜରାଟ ଟାଇଟନ୍ସର ଅଲରାଉଣ୍ଡର ରଶିଦ ଖାନଙ୍କୁ ବେଷ୍ଟ କ୍ୟାଚ୍ ଅଫ ଦ ସିଜିନର ଆଓ୍ଵାର୍ଡ ମିଳିଛି। ସେ ଗୁଜରାଟ ଟାଇଟନ୍ସ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମ୍ୟାଚ୍‌ରେ କାଇଲ୍ ମେୟର୍ସଙ୍କ କ୍ୟାଚ୍ ଧରିଥିଲେ। ଏହି କ୍ୟାଚ୍ ଏହି ସିଜିନର ବେଷ୍ଟ କ୍ୟାଚ୍ ରହିଛି।

ଫେୟାରପ୍ଲେ ଆଓ୍ଵାର୍ଡ

ଆଇପିଏଲ୍ ୨୦୨୩ର ପଏଣ୍ଟ ଟେବୁଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୯ମ ସ୍ଥାନରେ ରହିଥିଲେ ହେଁ ପଡ଼ିଆରେ ଖେଳୁଆଡ଼ ଭାବନା ଦେଖାଇବା ଯୋଗୁଁ ତାଙ୍କୁ ଫେୟାରପ୍ଲେ ଆଓ୍ଵାର୍ଡ ମିଳିଛି।

ବେଷ୍ଟ ଷ୍ଟ୍ରାଇକର ଅଫ ଦ ସିଜିନ

ଆଇପିଏଲ୍‌ର ଏହି ସିଜିନରେ ସବୁଠୁ ଦ୍ରୁତ ଗତିରେ ରନ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟର ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କୁ ବେଷ୍ଟ ଷ୍ଟ୍ରାଇକର ଅଫ ଦ ସିଜିନର ଆଓ୍ଵାର୍ଡ ମିଳିଛି। ସେ ଏହି ସିଜିନରେ ୧୮୩.୪୯ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ୍ ୪୦୦ ରନ କରିଛନ୍ତି। ତାଙ୍କ ଉପରେ ରାଶିଦ ଖାନ ଅଛନ୍ତି, ହେଲେ ସେ କେବଳ ୧୩୦ ରନ କରିଛନ୍ତି।

ଏ ଖବର ପଢନ୍ତୁ- IPL 2023କୁ ମିଳିଲା ଚାମ୍ପିଅନ, ଶେଷ ବଲରେ ଗୁଜରାଟକୁ ହରାଇ ୫ମ ଥର ଟାଇଟଲ୍ ଜିତିଲା ଚେନ୍ନାଇ ସୁପର କିଙ୍ଗ୍ସ

   Related Posts