ମାସ୍କ ପିନ୍ଧନ୍ତୁ, ଜରୁରୀ ନଥିଲେ ଯାତ୍ରା କରନ୍ତୁ ନାହିଁ ସମାରୋହରୁ ଦୂରରେ ରୁହ...ସତର୍କ କରାଇଲା IMA

Published By : Prameya-News7 Bureau | December 22, 2022 IST

ନୂଆଦିଲ୍ଲୀ: ଚୀନରେ କରୋନା ମାମଲା ବୃଦ୍ଧି ଯୋଗୁଁ ଭାରତ ମଧ୍ୟ ଅଧିକ ସତର୍କ ହୋଇଛି । ସରକାର ବୈଠକ କରୁଛନ୍ତି ଏବଂ ଲଗାତାର ସ୍ଥିତି ଉପରେ ନଜର ରଖୁଛନ୍ତି । ଏହାରି ଭିତରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ନାଗରିକଙ୍କୁ କରୋନା ନିୟମ ଅନୁପାଳନ କରିବାକୁ କହିଛି । ଆଇଏମଏ ଅଧ୍ୟକ୍ଷ ଏସ.ଏନ.ପି ସିଂ କହିଛନ୍ତି ଯେ ଚୀନ, ଆମେରିକା ପରି ଦେଶରେ ସ୍ଥିତିକୁ ଦେଖିଲେ କୌଣସି ଅବହେଳକୁ ଗ୍ରହଣ କରିବା ଠିକ୍ ନୁହେଁ । ସମସ୍ତେ ମାସ୍କ ପିନ୍ଧିବା ଆରମ୍ଭ କରିବା ଦରକାର । ଏହାଛଡ଼ା ଆବଶ୍ୟକ ନଥିଲେ ଯାତ୍ରା ନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଏହାସହ କେବଳ ବୁଲିବା ଉଦ୍ଦେଶ୍ୟରେ ବିଦେଶ ଯାତ୍ରା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଚୀନରେ କରୋନା କାୟା ବିସ୍ତାର କରିବା ପରେ ଭାରତରେ ମଧ୍ୟ ଭୟର ସ୍ଥିତି ଏବଂ ଚତୁର୍ଥ ଲହର ଆସିବା ନେଇ ଆଶଂକା ପ୍ରକାଶ କରାଯାଉଛି । ସରକାର ସବୁ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତ ଯୋଡୋକୁ ବନ୍ଦ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର କଂଗ୍ରେସକୁ ଚିଠି ଲେଖିଛନ୍ତି । ଅନ୍ୟପଟେ ନିଜେ ବିଜେପି ରାଜସ୍ଥାନର କରିବାକୁ ଥିବା ନିଜ ଜନଆକ୍ରୋଶ ଯାତ୍ରାକୁ ସ୍ଥଗିତ କରିଛି । ପିଏମ ମୋଦୀଙ୍କ ସମୀକ୍ଷା ବୈଠକ ପରେ ସରକାର ମଧ୍ୟ କରୋନାକୁ ନେଇ ପୁଣି କିଛି ଗାଇଡଲାଇନ ଜାରି କରିପାରନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.