ଘର ବଗିଚାରେ ରଖିଛନ୍ତି କି ଏହି ଗଛ ? ହୋଇଯାଆନ୍ତୁ ସାବଧାନ...

Published By : Prameya-News7 Bureau | April 12, 2024 IST

ନୂଆଦିଲ୍ଲୀ ୧୨।୦୪: ଅନେକ ଲୋକଙ୍କୁ ଘରେ ଗଛ ଲଗାଇବା ବେଶ୍ ପସନ୍ଦ କରନ୍ତି । ଏମାନେ ଘରର ପଛପଟ, ବାଲକୋନି କିମ୍ବା ଘରର ସାମ୍ନାରେ ଗଛ ଲଗାଇଥାନ୍ତି । କିନ୍ତୁ ଏପରି କିଛି ଗଛ ଅଛି, ଯାହା ସାପଙ୍କୁ ଆକର୍ଷିତ କରିଥାଏ। ଆସନ୍ତୁ ଜାଣିବା ଏହି ସବୁ ଗଛ ବିଷୟରେ… 

ସାପ ପ୍ରାୟତଃ ମୋଟା ପତ୍ର କିମ୍ବା ଖାଲ ଗଛରେ ଦେଖିବାକୁ ମିଳନ୍ତି । ବିଜ୍ଞାନ ଅନୁଯାୟୀ ସାପମାନେ ସୁଗନ୍ଧିତ ଗଛରେ ରହିବାକୁ ପସନ୍ଦ କରନ୍ତି । ସାପମାନେ ସାଧାରଣତଃ ଚନ୍ଦନ ଗଛରେ ବାସ କରନ୍ତି । ସାପମାନେ ରହିବାକୁ ଶାନ୍ତ, ଅନ୍ଧକାର ସ୍ଥାନ ବାଛନ୍ତି। ଚନ୍ଦନର ଥଣ୍ଡା ହେତୁ ସାପମାନଙ୍କୁ ଆକର୍ଷିତ କରିଥାଏ।

ଲେମ୍ବୁ ଗଛ ସାପମାନଙ୍କ ରହିବା ପାଇଁ ଏକ ପ୍ରିୟ ଗଛ । ଏହି ଫଳକୁ   ଖାଇବାକୁ କୀଟ, ମୂଷା ଏବଂ ପକ୍ଷୀମାନେ ଖଆନ୍ତି । ସାପମାନେ ଏମାନଙ୍କର ଶିକାର କରିବାକୁ ଏହି ଗଛ ନିକଟକୁ ଆସନ୍ତି । 

କୁହାଯାଏ ଦେବଦାରୁ ଗଛରେ ସାପମାନେ ବାସ କରନ୍ତି । ଗଛଗୁଡିକ ଘନ ଥିବାରୁ ଏଠାରେ ଥଣ୍ଡା ପରିବେଶ ସୃଷ୍ଟି ହୁଏ । ଏହି କାରଣରୁ ଦେବଦାରୁ ଗଛ ସାପକୁ ଆକର୍ଷିତ କରେ । 

ପାଣି କାଦୁଅରେ ହେଉଥିବା ଶୁନୁ ଶୁନିଆ ଶାଗ ଗଛ ତଳେ ସହଜରେ ଲୁଚି ବିଶ୍ରାମ ନେଇଥାନ୍ତି । ଏହି ଗଛର ତଳ ଥଣ୍ଡା ରହୁଥିବାରୁ ଏଠାରେ ସାପ ବାସ କରନ୍ତି। ଜଦି ଘରେ ସାଇପ୍ରସ ପ୍ଲାଣ୍ଟ ଲଗାଇଛନ୍ତି ତେବେ ସାବଧାନ ରୁଅନ୍ତୁ । ଏହା ମୋଟା ପତ୍ର ସହିତ ଘନ ଗଛ । ଏହି ଉଦ୍ଭିଦରେ ସାପ ଅତି ସହଜରେ ଲୁଚି ରହିପାରନ୍ତି। 

ସାପମାନେ ମଧ୍ୟ ଜସ୍ମିନ୍ ଗଛ ଚାରିପାଖରେ ରହିବାକୁ ପସନ୍ଦ କରନ୍ତି। ଘରକୁ ସୁଗନ୍ଧିତ ରଖିବା ପାଇଁ ଅନେକ ଲୋକ ଜସ୍ମିନ୍ ଲଗାନ୍ତି। ହେଲେ ଏହି ଗଛ ସାପଙ୍କୁ ବେଶ୍ ଆକର୍ଷିତ କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.