ବଲିଉଡ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି ଅବନୀ ମୋଦୀ, ଏହି ଫିଲ୍ମରେ ଆସିବେ ନଜର

Published By : Prameya-News7 Bureau | October 15, 2022 IST

ମୁମ୍ଵାଇ ୧୫।୧୦: ମଡେଲ୍‌ ତଥା ଅଭିନେତ୍ରୀ ଅବନୀ ମୋଦି ଏବେ ଚର୍ଚ୍ଚାରେ। ଫିଲ୍ମ ‘ମୋଦି ଜୀ କି ବେଟି’ ଜରିଆରେ ସେ ବଲିଉଡ୍‌କୁ ଫେରୁଛନ୍ତି । ୨୦୧୫ ମସିହାରେ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘କ୍ୟାଲେଣ୍ଡର ଗର୍ଲସ’ ଜରିଆରେ ସେ ସିନେ ଦୁନିଆରେ ପାଦ ଥାପିଥିଲେ । କିନ୍ତୁ  ଫିଲ୍ମଟି ଫ୍ଲପ୍‌ ହୋଇଥିଲା । ଗତ  ୭ ବର୍ଷ ମଧ୍ୟରେ ତାମିଲ ଓ ତେଲୁଗୁ ଫିଲ୍ମ  ଇଣ୍ଡଷ୍ଟ୍ରିରେ ସେ ସକ୍ରିୟ ରହିଛନ୍ତି । କିନ୍ତୁ  ବଲିଉଡ୍‌ରୁ ତାଙ୍କୁ କୌଣସି ଅଫର୍‌  ମିଳିନଥିଲା । ଏବେ ‘ମୋଦି ଜୀ କି  ବେଟୀ’ ତାଙ୍କ ପାଇଁ ବଲିଉଡ୍‌ର ବିଗ୍‌  ଟିକେଟ୍‌ ହେବ।

wp:html
/wp:html

ଗୁଜରାଟର ଗାନ୍ଧିନଗରରେ  ଜନ୍ମିତ ଅବନୀ ଅହମଦାବାଦରେ ଅଧ୍ୟୟନ ଶେଷ କରିଛନ୍ତି । କଲେଜରେ ବିଭିନ୍ନ ସାଂସ୍କୃତିକ  କାର୍ଯ୍ୟକ୍ରମରେ ଭାଗ ନେଇ ଧୀରେ ଧୀରେ ଅଭିନୟ ପ୍ରତି ତାଙ୍କର ରୁଚି ବଢ଼ିଲା । ଶୋମୁ ମୁଖାର୍ଜୀଙ୍କର ଏକ ଫିଲ୍ମରେ  ଜଣେ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ କାମ କଲେ । ଏହା ପରେ  ତାଙ୍କ କ୍ୟାରିଅର୍‌ ଆଗକୁ ବଢ଼ିଲା । ସ୍ଥାନୀୟ ଚ୍ୟାନେଲ୍‌ରେ ଅଭିନୟ ସହିତ  ବିଜ୍ଞାପନ ଓ ମଡେଲିଂରେ ନଜର ଆସିଲେ । ତା’ପରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଲେ । ତାଙ୍କର ଅନ୍ତର୍ଜାତୀୟ କ୍ଷୁଦ୍ର ଫିଲ୍ମ ‘ଗୁଲାବ୍‌’ କାନାଡା  ଇଣ୍ଟର୍‌ନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ପାଇଥିଲା ।ଏହା ପରେ ଅବନୀଙ୍କ ଭାଗ୍ୟ ବଦଳିଗଲା।

୨୦୧୫ରେ ମଧୁର ଭଣ୍ଡାରକରଙ୍କ ‘କ୍ୟାଲେଣ୍ଡର୍‌ ଗର୍ଲସ’ ଜରିଆରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ।  ଏବେ ଫିଲ୍ମ ‘ମୋଦି ଜୀ କି ବେଟୀ’ ଜରିଆରେ ସେ ପୁଣି ବଲିଉଡ୍‌କୁ ଫେରୁଛନ୍ତି । ଏଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏବେ ସେ  ପୂରା ଦମ୍‌ରେ ଫିଲ୍ମର ପ୍ରମୋଶନ୍‌ କରୁଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି  ଏଡି ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.