Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାରଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଇତିହାସ ରଚିଲେ ଅବିନାଶ ସାବଲେ: ୩ ହଜାର ମିଟର ଷ୍ଟିପଲଚେଜ୍ ପ୍ରତିଯୋଗିତାରେ ଜିତିଲେ ରୌପ୍ୟ

6/08/2022 at 6:42 PM

ବରମିଙ୍ଘମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ କମାଲ। ଇତିହାସ ରଚିଲେ ଆର୍ମି ମ୍ୟାନ୍ ଅବିନାଶ ଶାବଲେ। ପ୍ରଥମେ ପ୍ରିୟଙ୍କା ଗୋସ୍ୱାମୀ ୧୦ ହଜାର ମିଟର ଚାଲିବା ପ୍ରତିଯୋଗିତାରେ ଦେଶ ପାଇଁ ରୌପ୍ୟ ଆଣିବା ପରେ ଏବେ ଅବିନାଶ ମଧ୍ୟ ଇତିହାସ ରଚିଛନ୍ତି। ସେ ୩୦ ହଜାର ମିଟର ରେସ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି।

ଶନିବାର ୩ ହଜାର ମିଟର ଷ୍ଟିପଲଚେଜ୍‌ ପ୍ରତିଯୋଗିତାରେ ଅବିନାଶ ସ୍ୱର୍ଣ୍ଣ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ପ୍ରତିଯୋଗିତା ଆରମ୍ଭରୁ ସାବଲେ ରୌପ୍ୟ ଜିତିବେ ବୋଲି ଆଶା ନଥିଲା। କାରଣ ସେ ୨୦୦୦ ମିଟର ଅତିକ୍ରମ କରିବା ପର୍ଯ୍ୟନ୍ତ ସେ ୪ ନମ୍ବର ସ୍ଥାନରେ ଥିଲେ। କିନ୍ତୁ ଶେଷ ୧୦୦୦ ମିଟର ବେଳକୁ ଶ୍ରୀକାନ୍ତ ତାଙ୍କ ଗତି ବଢ଼ାଇବା ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ହାତେଇଥିଲେ।  ୮.୧୧.୨୦ ସମୟରେ ସେ ନିର୍ଦ୍ଧାରିତ ଲକ୍ଷ୍ୟ ଛୁଇଁଥିଲେ।

 

ତେବେ ଏହି ପ୍ରତିଯୋଗିତାରେ କେନିଆର ଆବ୍ରାହମ କିବିୱତ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ। ସେ ୮.୧୧.୧୫ ସମୟରେ ଗୁଳମୁଣ୍ଡ ଛୁଇଁଥିଲେ। ସେହିପରି କାଂସ୍ୟ ପଦକ ବି କେନିଆକୁ ଯାଇଥିଲା। ଆମସ ସାରେମ ୮.୧୬.୮୩ରେ ଗୁଳ ମୁଣ୍ଡ ଛୁଇଁବା ସହ  କାଂସ୍ୟ ପଦକ ଜିତିଥିଲେ।

   Related Posts