krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଇଲଟ୍‌ଙ୍କୁ ଚେତାବନୀ, ଏଥର କକ୍‌ପିଟ୍‌କୁ ଅତିଥି ଡାକିଲେ କଡ଼ା କାର୍ଯ୍ୟାନୁଷ୍ଠାନ

30/06/2023 at 6:30 PM

ନୂଆଦିଲ୍ଲୀ: ପାଇଲଟ୍‌ଙ୍କୁ ଚେତାବନୀ। ଏଥର କକ୍‌ପିଟ୍‌କୁ ଅତିଥି ଡାକିଲେ କଡ଼ା କାର୍ଯ୍ୟାନୁଷ୍ଠାନ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ପାଇଲଟଙ୍କ ପାଇଁ ଏହି ଚେତାବନୀ ଜାରି କରାଯାଇଛି।

ଏନେଇ ସମସ୍ତ ଏୟାରଲାଇନ୍‌ ସଂସ୍ଥା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। କକ୍‌ପିଟ୍‌ରେ ପ୍ରବେଶ କରିବା ପାଇଁ କେବଳ ତତ୍‌ ସମ୍ପର୍କିତ ଅନୁମତିପ୍ରାପ୍ତ ବ୍ୟକ୍ତିଙ୍କୁ ହିଁ ଅନୁମତି ମିଲିଥାଏ। ଏସମ୍ପର୍କରେ ବିମାନ ସେବା ପ୍ରଦାନକାରୀ ସଂସ୍ଥାମାନେ ସେମାନଙ୍କର ପାଇଲଟ ଓ ବିମାନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଅନ୍ତୁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଯଦି ବିନାଅନୁମତିରେ କେହି କକ୍‌ପିଟ୍‌ରେ ପ୍ରବେଶ କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

airplane photo

ପଢ଼ନ୍ତୁ-ଏୟାର ଇଣ୍ଡିଆରେ ପୁଣି ବିଶୃଙ୍ଖଳା: ବିମାନ କକ୍‌ପିଟ୍‌ରେ ମହିଳା ବନ୍ଧୁଙ୍କୁ ଡାକି ନିଲମ୍ବିତ ହେଲେ ଦୁଇ ପାଇଲଟ୍

୨୦୧୯ ବିମାନ ସମ୍ପର୍କିତ ସୂଚନା ପତ୍ର (AIC)୧୭ ଅନୁଯାୟୀ, ଏଥିରେ କେବଳ ବିମାନ କର୍ମଚାରୀ, ବେସାମରିକ ବିମାନ ଚଳାଚଳ ବିଭାଗର ଜଣେ ଅଧିକାରୀ, ଭାରତୀୟ ପାଣିପାଗ ବିଭାଗର ଜଣେ ଅଧିକାରୀ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ କିମ୍ବା ତଦୁର୍ଦ୍ଧ୍ୱ ଅଧିକାରୀ, ବିମାନ ଅପରେଟରର ଜଣେ କର୍ମଚାରୀ, ବିମାନ ସେବା ଅଧିକାରୀ, କିମ୍ବା ବିମାନ ଉତ୍ପାଦକଙ୍କ ଅନୁମତି ପ୍ରାପ୍ତ ପ୍ରତିନିଧୀଙ୍କୁ କକ୍‌ପିଟ୍‌ରେ ପ୍ରବେଶ ଅନୁମତି ଦିଆଯାଇଛି। ଏଥି ସହିତ ବିମାନରେ ବସିବା ପୂର୍ବରୁ ଓ ଓହ୍ଲାଇବା ପରେ ଶ୍ୱାସକ୍ରୀୟା ପରୀକ୍ଷଣ ଆଦି ନିୟମ କଡ଼ାକଡ଼ା ଭାବେ ପାଳନ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି।

ପଢ଼ନ୍ତୁ –ମହିଳା ବନ୍ଧୁଙ୍କୁ କକ୍‌ପିଟ୍‌ରେ ବସାଇବା ଅଭିଯୋଗରେ ପାଇଲଟ୍ ନିଲମ୍ବିତ, ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଫାଇନ୍

ନିକଟରେ ଏୟାର ଇଣ୍ଡିଆର ବିମାନର କକ୍‌ପିଟ୍‌ରେ ଯାତ୍ରୀମାନଙ୍କ ‘ଅନଧିକୃତ ପ୍ରବେଶ’ର ଦୁଇଟି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଥିପାଇଁ ଡିଜିସିଏ କଡ଼ା କାର୍ଯ୍ୟାନୁଷ୍ଠାନ କରିଥିଲା। ହେଲେ ବାରମ୍ବାର ଏଭଳି ବିଶୃଙ୍ଖଳା ଜନିତ ଘଟଣା ଘଟିବା ପରେ ଡିଜିସିଏ ଏଭଳି ନିର୍ଦ୍ଦେଶନାମା ଜାରି କରିଥିବା କୁହାଯାଉଛି।    

Life of an Indian pilot: Extra hours, high EMIs and a fat salary that's  often delayed

   Related Posts