ଭାରତରେ ଅବତାର-୨ର ଜବରଦସ୍ତ କ୍ରେଜ୍‌, ରିଲିଜ୍‌ ପୂର୍ବରୁ ଭାଙ୍ଗିଛି ରେକର୍ଡ

Published By : Prameya-News7 Bureau | November 27, 2022 IST

ମୁମ୍ଵାଇ ୨୭।୧୧: 'ଅବତାର – ଦ ୱେ ଅଫ୍‌ ୱାଟର' ଆସନ୍ତା ମାସ ଅର୍ଥାତ୍‌ ଡିସେମ୍ଵର ୧୬ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର କ୍ରେଜ୍ ସାରା ବିଶ୍ୱରେ ଦେଖାଯାଉଛି କିନ୍ତୁ ଅବତାର -୨ରିଲିଜ୍ ପୂର୍ବରୁ ମଧ୍ୟ ଭାରତରେ ଅନେକ ରେକର୍ଡ ଭାଙ୍ଗିଛି ।  ଦମ୍‌ଦାର VFX, ବକ୍ସ ଅଫିସରେ ଧମାଲ ଦେବାକୁ ପ୍ରସ୍ତୁତ। ଏହାର ଟ୍ରେଲରର ଏବଂ ଟିଜର ଦେଖିବା ପରେ ଲୋକଙ୍କ ହୃଦୟ ଜିତିଛି । ଏହା ରିଲିଜ୍ ପୂର୍ବରୁ ନୂଆ ରେକର୍ଡ ସୃଷ୍ଟି କରିଛି ।

wp:html /wp:html

ହଲିଉଡ ଚଳଚ୍ଚିତ୍ର ଅବତାର- ଦି ୱେ ଅଫ୍ ୱାଟର ଦ୍ୱିତୀୟ ସିରିଜର ଟ୍ରେଲର ଲଞ୍ଚ ହୋଇଛି। ଟ୍ରେଲର ରିଲିଜ ହେବା ପରେ ଲୋକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖି ଫିଲ୍ମ ରିଲିଜ ହେବାର ପ୍ରାୟ ଏକ ମାସ ପୂର୍ବରୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା । ବର୍ତ୍ତମାନ ରିପୋର୍ଟ ଅନୁଯାୟୀ ଗତ ତିନି ଦିନ ମଧ୍ୟରେ ଅବତାର ୨ ପାଇଁ ୧୫,୦୦୦ ରୁ ଅଧିକ ଟିକେଟ୍ ବିକ୍ରି ହୋଇଛି ।

ଅବତାରର ଟ୍ରେଲରରେ ଆଶ୍ଚର୍ଯ୍ୟଜନକ ଭିଏଫଏକ୍ସ, ସ୍ପେଶାଲ୍‌ ଇପେକ୍ଟ,, ସାଉଣ୍ଡ ଏବଂ ବ୍ୟାକ୍‌ଗ୍ରାଉଣ୍ଡ ଫିଲ୍ମକୁ ଥରାଇ ଦେଇଛି। ଅବତାର ଭାରତୀୟ ଦର୍ଶକଙ୍କ ପାଇଁ ଏକ ନୂଆ ଅନୁଭୂତି ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ସବୁଠୁ ଦାମୀ ଚଳଚ୍ଚିତ୍ରରେ ସାମିଲ୍‌ ହୋଇଛି। ଅବତାର-୨ କୁ ହିଟ୍ ହେବା ପାଇଁ କୋଟି କୋଟି ହିଁ ନୁହେଁ ଟ୍ରିଲିୟନ୍‌ ଟଙ୍କା ରୋଜଗାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.