ଭାରତରେ ଇତିହାସ ସୃଷ୍ଟି କଲା ଅବତାର-୨, ଜାଣନ୍ତୁ ବକ୍ସ ଅଫିସ୍‌ କଲେକସନ

Published By : Prameya-News7 Bureau | January 22, 2023 IST

ମୁମ୍ଵାଇ ୨୨।୦୧ ଅବତାର: ୱେ ଅଫ୍‌ ୱାଟର ଭାରତରେ ସବୁଠାରୁ ଅଧିକ ଆୟ କରିଥିବା ହଲିଉଡ୍‌ ଫିଲ୍ମ ହୋଇପାରିଛି । ଯାହା ବକ୍ସଅଫିସ୍‌ରେ ଫିଲ୍ମଟି ଅନେକ ଫିଲ୍ମକୁ ପଛରେ ପକାଇଛି ।  ଜେମ୍ସ କ୍ୟାମେରନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମଟି ଆଭେଞ୍ଜର ଏଣ୍ଡଗେମର ଲାଇଫ ଟାଇମ କଲେକସନ୍‌କୁ ଅତିକ୍ରମ କରିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଅବତାର ୨ ର ନେଟ୍ ବକ୍ସ ଅଫିସ୍ ସଂଗ୍ରହ ହେଉଛି ୩୬୮.୨୦ କୋଟି ଟଙ୍କା । ଆଭେଞ୍ଜର ଏଣ୍ଡଗେମ୍‌ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ଲାଇଫ ଟାଇମ୍‌ କଲେକସ ୩୬୭ କରିଛି ।  

{"width":825,"height":464}
Avatar The Way of Water box office collection Day 35: James Cameron's film  slows down in India again - India Today

ଅବତାରର ବକ୍ସ ଅଫିସ୍ କଲେକସନ୍‌ ବିଷୟରେ କହିବାକୁ ଗଲେ ସୂଚନା ଦେଇଥିବା ବାଣିଜ୍ୟ ବିଶ୍ଲେଷକ ତରନ ଆଦର୍ଶ ଶନିବାର ଏକ ଟ୍ଵିଟ୍‌ରେ କହିଛନ୍ତି  ଅବତାର-୨ ବଡ ଇତିହାସ ସୃଷ୍ଟି କରିଛି।  ଆଭେଞ୍ଜର ଏଣ୍ଡଗେମର ଆଜୀବନ ବ୍ୟବସାୟକୁ ଅତିକ୍ରମ କରି ଏହା ଭାରତରେ ସର୍ବାଧିକ ଆୟ କରିଥିବା ହଲିଉଡ ଚଳଚ୍ଚିତ୍ର ପରିଚିତ ହୋଇଛି । ଅବତାର ୨: ୩୬୮.୨୦ କୋଟି ଟଙ୍କା । ସେ ଏହା ମଧ୍ୟ କହିଛନ୍ତି ଯେ ଅବତାର ୨ ପ୍ରଥମ ସପ୍ତାହରେ ୧୮୨.୯୦ କୋଟି ଟଙ୍କା ବ୍ୟବସାୟ କରିଛି। ଦ୍ୱିତୀୟ ସପ୍ତାହରେ ୯୮.୪୯ କୋଟି, ତୃତୀୟ ସପ୍ତାହରେ ୫୪.୫୩ କୋଟି, ଚତୁର୍ଥ ସପ୍ତାହରେ ୨୧.୫୩  କୋଟି, ୫ ସପ୍ତାହରେ ୯.୪୫, , ଷଷ୍ଠ ସପ୍ତାହରେ ୧.୩୦ କୋଟି । ଏହା ଭାରତରେ ମୋଟ ୩୬୮.୨୦ କୋଟି ଟଙ୍କାର ଆୟ କରିଛି ।

Avatar - The Way of Water Day 5 box office collection: James Cameron's film  inches closer to Rs 200 cr in India - BusinessToday

ତେବେ କହିବାକୁ ଗଲେ ଅବତାର: ଦ ୱେ ଅଫ୍‌ ୱାଟର ବିଶ୍ଵର ବକ୍ସ ଅଫିସ୍‌ରେ ୧ ବିଲିୟନ ଡଲାର ଅତିକ୍ରମ କରିଛି। ଏପରିକି ଏହା ୨2 ବିଲିୟନ ଅତିକ୍ରମ କରିବାର ପ୍ରକ୍ରିୟାରେ ରହିଛି। ଏହି ଚଳଚ୍ଚିତ୍ରରେ କେଟ୍ ଅନେକ ବଡ ବଡ କଳାକାର ପ୍ରମୁଖ ଅଭିନୟ କରିଛନ୍ତି। ଏଥି ସହିତ, ଚଳଚ୍ଚିତ୍ରଟି ସ୍ପାଇଡର୍-ମ୍ୟାନ୍: ନୋ ୱେ ହୋମ୍ ର ଆୟକୁ ଅତିକ୍ରମ କରି କୋଭିଡ୍ -୧୯ ମହାମାରୀ ସମୟରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଥିଲା । ଅବତାର ବିଶ୍ୱରେ ୧.୯୩ବିଲିୟନ ଡ଼ଲାର ଆୟ କରିଛି । ଡିସେମ୍ବର ୨୦୨୧ ରେ ମୁକ୍ତିଲାଭ କରିଥିବା ସ୍ପାଇଡର୍-ମ୍ୟାନ୍ ଆୟ ୧.୯୨ ବିଲିୟନ ଡ଼ଲାର୍ । ଡିସ୍ନି ଏହି ସପ୍ତାହ ପୂର୍ବରୁ ଏକ ବିବୃତ୍ତିରେ ଏହି ସୂଚନା ଦେଇ ଜଣାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.