ଧମାଲ କରୁଛି ଅବତାର ୨, 'ଟାଇଟାନିକ'ର ଭାଙ୍ଗିଲା ରେକର୍ଡ, ବକ୍ସ ଅଫିସରେ ବ୍ୟବସାୟ କଲାନି ଏତିକି କୋଟି

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ: ହଲିଉଡ୍ ଫିଲ୍ମ 'ଅବତାର ଦ ୱେ ଅଫ୍ ୱାଟର' ବକ୍ସ ଅଫିସରେ କମାଲ କରୁଛି । ମିଡିଆ ରିପୋର୍ଟ ଅନୁସାରେ ଫିଲ୍ମ ଗୋଟିଏ ମାସରେ ନିଜ ଖର୍ଚ୍ଚଠାରୁ ସତ ଗୁଣ ଅଧିକ ଆୟ କରିସାରିଛି । ଉଲ୍ଲେଖଯୋଗ୍ୟ ଯେ, ହଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ବଜେଟ୍ ୨୦୦୦ କୋଟି ଟଙ୍କା ଥିଲା।

ମିଡିଆ ରିପୋର୍ଟ ଅନୁସାରେ 'ଅବତାର ଦ ୱେ ଅଫ୍ ୱାଟର'ର ୱାର୍ଲଡ ୱାଇଡ୍ ବକ୍ସ ଅଫିସ କଲେକ୍ସନ ୧୫,୫୬୭.୬୩ କୋଟ ଟଙ୍କାର ବ୍ୟବସାୟ କରିଛି । ଏହାସହ ଏହି ଫିଲ୍ମ ୨୦୨୨ର ସବୁଠୁ ଅଧିକ ଆୟ କରିଥିବା ସିନେମା ହୋଇଛି । ଭାରତୀୟ ବକ୍ସ ଅଫିସରେ ଫିଲ୍ମ ବର୍ତ୍ତମାନ ସୁଦ୍ଧା ୩୮୪ କୋଟି ଟଙ୍କାର ବ୍ୟବସାୟ କରିସାରିଛି ।

ଉଲ୍ଲେଖଯୋଗ୍ୟ ଯେ, 'ଅବତାର ଦ ୱେ ଅଫ୍ ୱାଟର' ଆୟ ମାମଲାରେ ଫିଲ୍ମ ଟାଇଟାନିକର ରେକର୍ଡ ଭାଙ୍ଗିଛି । ୧୯୯୭ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ୧୪,୧୪୭ କୋଟି ଟଙ୍କା ବ୍ୟବସାୟ କରିଥିଲା । ଉଭୟ ଫିଲ୍ମ (ଅବତାର ୨ ଏବଂ ଟାଇଟେନିକ)କୁ ଜେମ୍ସ କାମେରୁନ ନିର୍ଦ୍ଦେଶନା ଦେଇଥିଲେ ।

ହଲିଉଡ୍ ସିନେମା ଟାଇଟାନିକର ୨୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ଏହାର ନିର୍ମାତା ଫିଲ୍ମକୁ ପୁଣି ଥରେ ସିନେମା ଘରେ ରିଲିଜ କରାଇବେ । ସୂଚନା ଅନୁସାରେ ଏହି ଫିଲ୍ମ ୨୦୨୩ ଜାନୁଆରୀ ୧୦ରେ ପୁଣି ଥରେ ରିଲିଜ ହେବ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.