'ଅବତାର: ଦ ୱେ ଅଫ୍ ୱାଟର'ର ରେକର୍ଡ ଆୟ, ୨ ବିଲିୟନ କ୍ଲବରେ ଫିଲ୍ମ ସାମିଲ

Published By : Prameya-News7 Bureau | January 23, 2023 IST

ନୂଆଦିଲ୍ଲୀ: ହଲିଉଡ୍ ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ଫିଲ୍ମ ଅବତାର: ଦ ୱେ ଅଫ୍ ୱାଟର ବକ୍ସ ଅଫିସରେ ଧମାଲ କରୁଛି । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଫିଲ୍ମ ରିଲିଜର ଛଅ ସପ୍ତାହ ପରେ ମଧ୍ୟ ଏହାକୁ ଦେଖିବା ପାଇଁ ଦର୍ଶକ ସିନେମା ଘରକୁ ଆସୁଛନ୍ତି । ଏହାସହ ଅବତାର: ଦ ୱେ ଅଫ୍ ୱାଟର ଆଉ ଏକ ରେକର୍ଡ ନିଜ ନାଁରେ କରିଛି । ଫିଲ୍ମର ବକ୍ସ ଅଫିସ କଲେକ୍ସନ ୨ ବିଲିୟନ ଡଲାର କ୍ଲବରେ ସାମିଲ ହୋଇଛି । ଯଦି ଫିଲ୍ମର ଆୟ ଆଉ କିଛି ଦିନ ଏମିତି ଚାଲେ ତେବେ ଅବତାର: ଦ ୱେ ଅଫ୍ ୱାଟର ଦୁନିଆର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ହୋଇଯିବ ।

୨ ବିଲିୟନ କ୍ଲବରେ ସାମିଲ ହେବାରେ ଅବତାର: ଦ ୱେ ଅଫ୍ ୱାଟର ହେଉଛି ଷଷ୍ଠ ଫିଲ୍ମ । ଅବତାର ୨ ପୂର୍ବରୁ ଏହି କ୍ଲବରେ ଆଭେଞ୍ଜର୍ସ ଏଣ୍ଡଗେମ,  ଆଭେଞ୍ଜର୍ସ ଇନଫିନିଟି ୱାର, ଷ୍ଟାର ୱାର୍ସ ଦ ଫୋର୍ସ ଅୱେକେନ୍ସ, ଅବତାର ଏବଂ ଟାଇଟନିକ ସାମିଲ ଅଛନ୍ତି । ଏଥିରେ ସାମିଲ ତିନି ଫିଲ୍ମ ଅବତାର: ଦ ୱେ ଅଫ୍ ୱାଟର, ଅବତାର ଏବଂ ଟାଇଟନିକକୁ ଜେମ୍ସ କାମେରୁନ ନିର୍ଦ୍ଦେଶନା  ଦେଇଥିଲେ ।

ଅବତାର: ଦ ୱେ ଅଫ୍ ୱାଟର ସାରା ଦୁନିଆରେ ବର୍ତ୍ତମାନ ସୁଦ୍ଧା ୨.୦୨୪ ବିଲିୟନ ଡଲାର ଆୟ କରିସାରିଛି । ଅନ୍ୟପଟେ ଭାରତରେ ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ମୋଟ ୩୮୯ କୋଟିରୁ ଅଧିକ ଟଙ୍କା ଆୟ କରିସାରିଛି । ଅବତାର: ଦ ୱେ ଅଫ୍ ୱାଟର ଯଦି ଆଉ କିଛି ଦିନ ଏହିପରି ଆୟ କରେ ତେବେ ଅବତାରର ୨.୯ ବିଲିୟନ ଡଲାରକୁ ଆତିକ୍ରମ କରିନେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.