ସାରା ବିଶ୍ଵରେ ଧମାଲ କରୁଛି ଅବତାର-୨, ୩୫୦୦ କୋଟି ଅଧିକ ଟପିଲାଣି ଫିଲ୍ମ

Published By : Prameya-News7 Bureau | December 23, 2022 IST

ମୁମ୍ଵାଇ ୨୩।୧୨: ହଲିଉଡ୍ ଫିଲ୍ମ ‘ଅବତାର ୨’ ବକ୍ସ ଅଫିସରେ ଧମାଲ କରୁଛି। ଦିନକୁ ଦିନ କଲେକସନ୍‌ ବୃଦ୍ଧି ପାଉଛି। ଫିଲ୍ମକୁ ୧୩ ବର୍ଷ ଧରି ଫ୍ୟାନ୍ସି ଅପେକ୍ଷା କରି ରହିଥିଲେ । ୨୦୦୯ରେ ଏହାର ପ୍ରଥମ ଭାଗ ରିଲିଜ ହୋଇଥିଲା। ଯାହାକୁ ଦେଖିବା ପରେ ଫ୍ୟାନ୍ସମାନେ  ସିକ୍ୱେଲକୁ ଚାହିଁ ବସିଥିଲେ। ଏବେ ଦ୍ୱିତୀୟ ପାର୍ଟ ରିଲିଜ ହେବା ପରେ ଫ୍ୟାନ୍ସ ବେଶି ଖୁସି ହୋଇଯାଇଛନ୍ତି । ପ୍ରଥମ ଦିନରୁ ଏହି ଫିଲ୍ମ ଭାରତରେ ବହୁତ ବଡ ଓପିନିଂ କରିଥିଲା । ଏହା ୫ରୁ ୬ଦିନ ବିତିଗଲେ ବି ଭଲ ଆୟ କରିଚାଲିଛି । ଫ୍ୟାନ୍ସ ଆଶା ରଖିଛନ୍ତି କି ଏହା ରେକର୍ଡ ଭାଙ୍ଗିପାରେ।

ଫିଲ୍ମଟି ପ୍ରଥମ ସପ୍ତାହରେ ନର୍ଥ ଆମେରିକାରେ ୧୩୪ ମିଲିଅନ ଡଲାର, ଚୀନରେ ୫୯ ଡଲାର ଏବଂ ଅନ୍ୟ ଦେଶରେ ୨୪୨ ମିଲିଅନ ଡଲାର ରୋଜଗାର କରିଥିଲା। ଏହାସହିତ ଫିଲ୍ମର ସର୍ବମୋଟ ଆୟ ୪୩୫ ମିଲିଅନ ଡଲାର ହୋଇସାରିଲାଣି। ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୩୫୯୮ କୋଟି ଟଙ୍କା ।ଭାରତରେ ଏହାକୁ ୬ଟି ଭାଷାରେ ରିଲିଜ କରାଯାଇଛି। ଇଂଲିଶ, ହିନ୍ଦୀ, ତାମିଲ, ତେଲୁଗୁ, ମଲାୟାଲମ୍‌ ଏବଂ କନ୍ନଡ । ଫିଲ୍ମ ୩ଡି ସହିତ ଆଇମାକ୍ସ ଫର୍ମାଟରେ ରିଲିଜ ହୋଇଛି। ଭାରତରେ ଏହି ଫିଲ୍ମ ଗତ ୩ରୁ ୪ ଦିନ ଭିତରେ ୧୩୩ କୋଟି ଆୟ କରିଥିଲା ।

ଅବତାର-୨ ପ୍ରଥମ ଦିନରେ ୪୧ କୋଟି ଆୟ କରିଥିଲା । ଏବେ ଏହା ୧୩୩ କୋଟିରୁ ଅଧିକ ହୋଲଣି । ଏହାର କଲେକସନ୍‌ ଦେଖି ଲାଗୁଛି ଖୁବ୍‌ ଶୀଘ୍ର ରେକର୍ଡ ଭାଙ୍ଗିବ। ଅବତାର ୨ ଚଳିତ ବର୍ଷର ସବୁଠୁ ସଫଳ ହଲିଉଡ ଫିଲ୍ମ ହେବ ବୋଲି ଦାବି କରାଯାଉଛି । ବର୍ତ୍ତମାନ ଏହା ଗୋଟିଏ ସପ୍ତାହ ବି ହୋଇଛି କିନ୍ତୁ ଫିଲ୍ମକୁ ଫ୍ୟାନ୍ସଙ୍କ ଭଲପାଇବା ସହ ପ୍ରଶଂସା ମିଳୁଛି । ବକ୍ସ ଅଫିସ ଆୟ ମାମଲାରେ ଏହି ଫିଲ୍ମ ହଲିଉଡର ‘ସ୍ପାଇଡର ମ୍ୟାନ୍‌ ନୋରଓ୍ଵେ ହୋମ’କୁ ପଛରେ ପକାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.