Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

‘ଟାଇଟାନିକ’ର ରେକର୍ଡ ଭାଙ୍ଗିଲା ‘ଅବତାର ୨’, ଆୟ କଲାଣି ଏତିକି ବିଲିୟନ ଡଲାର

21/02/2023 at 6:52 PM

ନୂଆଦିଲ୍ଲୀ: ହଲିଉଡ ନିର୍ଦ୍ଦେଶକ ଜେମ୍ସ କ୍ୟାମରୁନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଅବତାର: ଦ ଓ୍ଵେ ଅଫ ଓ୍ଵାଟର’ ରିଲିଜ୍ ହେବାର ଦୁଇ ମାସ ପରେ ବି ବକ୍ସ ଅଫିସରେ ଜୋରଦାର ବ୍ୟବସାୟ କରିବାରେ ଲାଗିଛି। ଫିଲ୍ମଟି ପ୍ରଥମେ ‘ଆଭେଞ୍ଜର୍ସ ଇନିଫିନିଟି ଓ୍ଵାର’ ଏବଂ ‘ଷ୍ଟାର ଓ୍ଵାର୍ସ ଏପିସୋଡvii’ର ରେକର୍ଡ ଭାଙ୍ଗିଥିଲା।ଏବେ ଫିଲ୍ମ ‘ଟାଇଟାନିକ’କୁ ପଛରେ ପକାଇ ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ‘ଅବତାର: ଦ ଓ୍ଵେ ଅଫ ଓ୍ଵାଟର’ ଓ୍ଵାର୍ଲ୍ଡଓ୍ଵାଇଡ୍ ବକ୍ସଅଫିସରେ ଟାଇଟାନିକର ରେକର୍ଡ ଭାଙ୍ଗିଛି। ସର୍ବାଧିକ ଆୟକାରୀ ଫିଲ୍ମ ତାଲିକାରେ ଅବତାରର ଏହି ସିକ୍ଵେଲ ତୃତୀୟ ସ୍ଥାନରେ ପହଞ୍ଚିଛି।

‘ଭେରାଇଟି’ର ରିପୋର୍ଟ ଅନୁଯାୟୀ, ‘ଅବତାର: ଦ ଓ୍ଵେ ଅଫ ଓ୍ଵାଟର’ ସମଗ୍ର ଦୁନିଆରେ ବକ୍ସଅଫିସରେ ୨.୨୪୩୩ ବିଲିୟନ ଡଲାରର ଆୟ କରିସାରିଲାଣି। ବିଜ୍ଞାନ ଉପରେ ଆଧାରିତ ଫିଲ୍ମ ଟାଇଟାନିକ ୨.୨୪୨୮ ବିଲିୟନ ଡଲାରର କାରବାର କରିଥିଲା। ଏବେ ‘ଅବତାର: ଦ ଓ୍ଵେ ଅଫ ଓ୍ଵାଟର’ ଆଗରେ ‘ଅବତାର’ ଏବଂ ‘ଆଭେଞ୍ଜର୍ସ: ଏଣ୍ଡଗେମ’ ରହିଛି। ଅବତାର ବକ୍ସଅଫିସରେ ୨.୯୨ ବିଲିୟନ ଡଲାର ଏବଂ ଆଭେଞ୍ଜର୍ସ ଏଣ୍ଡଗେମ୍ ୨.୭ ବିଲିୟନ ଡଲାରର ବ୍ୟବସାୟ କରିଥିଲେ। ସବୁଠୁ ବଡ କଥା ଜେମ୍ସ କ୍ୟାମେରୁନଙ୍କ ତିନି ଫିଲ୍ମ ‘ଅବତାର’, ‘ଅବତାର: ଦ ଓ୍ଵେ ଅଫ ଓ୍ଵାଟର’ ଏବଂ ‘ଟାଇଟାନିକ’ ସମଗ୍ର ଦୁନିଆରେ ସର୍ବାଧିକ ଆୟକାରୀ ଟପ୍ ୫ ଫିଲ୍ମରେ ସାମିଲ୍ ହୋଇ ଯାଇଛି।

ଏ ଖବର ପଢନ୍ତୁ- ଭାରତରେ ଇତିହାସ ସୃଷ୍ଟି କଲା ଅବତାର-୨, ଜାଣନ୍ତୁ ବକ୍ସ ଅଫିସ୍‌ କଲେକସନ

କେବେ ରିଲିଜ୍ ହେବ ‘ଅବତାର ୩’ ?

ସୂଚନାଯୋଗ୍ୟ, ଡିଜନୀ ଏବଂ ୨୦ମ ସେଞ୍ଚୁରୀ ‘ଅବତାର: ଦ ଓ୍ଵେ ଅଫ ଓ୍ଵାଟର’ର ନିର୍ମାଣ ଏବଂ ପ୍ରମୋସନରେ ପ୍ରାୟ ୪୬୦ ମିଲିୟନ ଡଲାର ଖର୍ଚ୍ଚ କରିଥିଲେ। ୨୦୨୨ ଡିସେମ୍ବରରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଏ ପର୍ଯ୍ୟନ୍ତ ସବୁଠୁ ମହଙ୍ଗା ଫିଲ୍ମ ମଧ୍ୟରୁ ଗୋଟିଏ। ଏହି ଫିଲ୍ମ ୨୦୦୯ରେ ରିଲିଜ୍ ଅବତାରର ୧୩ ବର୍ଷ ପରେ ସିନେମାଘରକୁ ଆସିଥିଲା। ଏବେ ଏହି ଫ୍ରାଞ୍ଚାଇଜିର ତୃତୀୟ ଭାଗ ୨୦୨୪ ଡିସେମ୍ବରରେ ରିଲିଜ୍ ହେବାକୁ ଯାଉଛି।

   Related Posts