ଭାରତୀୟ ବକ୍ସ ଅଫିସରେ ୨୦୦ କୋଟି ପାର କଲା 'ଅବତାର ୨', ବିପଦରେ ଅନ୍ୟ ଫିଲ୍ମର ରେକର୍ଡ

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ: ସିନେମା ଇତିହାସରେ ଦୁନିଆର ସର୍ବାଧିକ ଆୟକାରୀ ଫିଲ୍ମ ନିର୍ଦ୍ଦେଶକ ଜେମ୍ସ କ୍ୟାମରୁନଙ୍କ ଫିଲ୍ମ 'ଅବତାର ୨'ର ବକ୍ସ ଅଫିସରେ ଧୂଆଁଧାର କାରବାର ଜାରି ରହିଛି। 'ଅବତାର ୨' ଡିସେମ୍ବର ୧୬ରେ ରିଲିଜ୍ ହୋଇଥିଲା ଏବଂ ଏହାର ଆଠ ଦିନରେ ଫିଲ୍ମ ସମଗ୍ର ଦୁନିଆରେ ରେକର୍ଡ କାରବାର କରି ଚାଲିଛି।  ଭାରତୀୟରେ ଫିଲ୍ମକୁ ନେଇ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିଟି ଶୋରେ ଦର୍ଶକ ହାଉସ୍‌ଫୁଲ୍ ରହୁଛନ୍ତି।

୨୦୦୯ରେ କ୍ୟାମେରୁନଙ୍କ 'ଅବତାର' ଭାରତୀୟ ଦର୍ଶକଙ୍କୁ ଏକ ଭିନ୍ନ ସ୍ଵାଦର ଚଳଚ୍ଚିତ୍ର ଦେଖିବାର ଅନୁଭୂତି ପ୍ରଦାନ କରିଥିଲା। ଏହି କାରଣରୁ ସମଗ୍ର ଦୁନିଆ ସହିତ ଭାରତରେ ମଧ୍ୟ ଏହାର ସ୍ଵିକେଲକୁ ଦର୍ଶକ ଚାହିଁ ରହିଥିଲେ। 'ଅବତାର ୨: ଦ ଓ୍ଵେ ଅଫ ଓ୍ଵାଟର'ର ରିଲିଜ୍ ହେବା ମାତ୍ରେ ଜବରଦସ୍ତ ଆଡଭାନ୍ସ ବୁକିଂ ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସରେ ଫିଲ୍ମଟି ୫୦ କୋଟିରୁ ଅଧିକ ଆୟ କରିଥିଲା।

ଶୁକ୍ରବାରଠୁ 'ଅବତାର ୨'ର ବକ୍ସ ଅଫିସରେ ଦ୍ଵିତୀୟ ସପ୍ତାହ ଆରମ୍ଭ ହୋଇ ଯାଇଛି। ରିପୋର୍ଟ ଅନୁଯାୟୀ, ଅଷ୍ଟମ ଦିନ ଅର୍ଥାତ ଶୁକ୍ରବାର 'ଅବତାର ୨' ୨୦୫ କୋଟିରୁ ନେଟ୍ କଲେକ୍ସନ କରି ସାରିଲାଣି। ଏ ପର୍ଯ୍ୟନ୍ତ ଭାରତୀୟ ବକ୍ସ ଅଫିସରେ ଜେମ୍ସ କ୍ୟାମେରୁନଙ୍କ ଫିଲ୍ମ ୨୫୦ କୋଟିରୁ ଅଧିକ ଗ୍ରୋସ୍ କଲେକ୍ସନ କରି ସାରିଛି। 'ଅବତାର ୨' ଯେଉଁଭଳି ଆୟ କରିବାରେ ଲାଗିଛି ତାହା ଦେଖିଲେ ଲାଗୁଛି ଏହି ଫିଲ୍ମ ସବୁ ରେକର୍ଡ କାଟି ଦେବ।

'ଅବତାର ୨' ୨୦୧୬ରେ ରିଲିଜ୍ ଦ ଜଙ୍ଗଲ ବୁକ୍‌କୁ ପଛରେ ପକାଇ ଭାରତରେ ଚତୁର୍ଥ ସର୍ବାଧିକ ଆୟକାରୀ ହଲିଉଡ ଫିଲ୍ମରେ ପରିଣତ ହୋଇଛି। ଏହି ତାଲିକାର ମାର୍ଭଲର ସୁପରହିରୋ ଫିଲ୍ମ ଅଧିକ ରହିଛି। ମାତ୍ର 'ଅବତାର ୨' ଯେଉଁଭଳି ଆୟ କରି  ଚାଲିଛି ସେଥିରେ ଅନ୍ୟ ଫିଲ୍ମର ରେକର୍ଡ ବିପଦରେ ପଡି ଯାଇଛି। ଭାରତୀୟ ବକ୍ସ ଅଫିସରେ ଶୀର୍ଷ ୫ ସର୍ବାଧିକ ଆୟକାରୀ ହଲିଉଡ ଫିଲ୍ମ

୧ - ଆଭେଞ୍ଜର୍ସ: ଏଣ୍ଡଗେମ୍, ୩୭୩ କୋଟି ଟଙ୍କା

୨ -  ଆଭେଞ୍ଜର୍ସ: ଇନଫିନିଟି ଓ୍ଵାର, ୨୨୭.୩୦ କୋଟି ଟଙ୍କା

୩ - ସ୍ପାଇଡର ମ୍ୟାନ: ନୋ ଓ୍ଵେ ହୋମ, ୨୧୯ କୋଟି ଟଙ୍କା

୪ - ଅବତାର ୨ : ୨୦୫ କୋଟି ଜାରି ରହିଛି ସିନେମାଘରେ

୫ - ଦ ଜଙ୍ଗଲ ବୁକ୍:୧୮୮ କୋଟି

ଚଳିତ ବର୍ଷ ଭାରତୀୟ ବକ୍ସ ଅଫିସରେ ବ୍ୟବସାୟ ମାମଲାରେ ଟପ୍ ୫ ବଲିଉଡ ଫିଲ୍ମ

୧  - ବ୍ରହ୍ମାସ୍ତ୍ର- ୨୬୯ କୋଟି ଟଙ୍କା

୨  -  ଦ କାଶ୍ମୀର ଫାଇଲ୍ସ- ୨୫୨.୯୦ କୋଟି ଟଙ୍କା

୩  - ଦୃଶ୍ୟମ ୨- ୨୨୫ କୋଟି ଟଙ୍କା(ଏବେ ସିନେମାଘରେ ଜାରି ରହିଛି)

୪ -  ଭୁଲ ଭୁଲେୟା ୨- ୧୮୬ କୋଟି ଟଙ୍କା

୫ -  ଗଙ୍ଗୁବାଇ କାଠିୟାଓ୍ଵାଡି- ୧୩୨ କୋଟି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.