ନୂଆଦିଲ୍ଲୀ: ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ସୁଟର ଅଭନି ଲେଖରା କମାଲ କରିଛନ୍ତି । ଅଭନି ମହିଳାଙ୍କ ୧୦ ମିଟର ଏୟାର ରାଇଫଲ (SH 1) ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅଭନି ପାରାଅଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାରତର ମୋନା ଅଗ୍ରୱାଲ କାଂସ୍ୟ ପଦକ ଜିତିଛନ୍ତି । ଏହି ଦୁଇ ପଦକ ସହ ଚଳିତ ପାରାଅଲିମ୍ପିକ୍ସରେ ଭାରତର ଖାତା ଖୋଲିଛି । ଭାରତ ପାଖରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ରହିଛି ।
୨୨ ବର୍ଷୀୟ ଅଭନି ଫାଇନାଲରେ ୨୪୯.୭ ଅଙ୍କ ହାସଲ କରିଥିଲେ, ଯାହା ପାରାଅଲିମ୍ପିକ୍ସର ରେକର୍ଡ । ବ୍ରୋଞ୍ଜ ବିଜେତା ମୋନା ୨୨୮.୭ ଅଙ୍କ ସ୍କୋର କରିଥିଲେ । ଅଭନି ଟୋକିଓ ପାରାଅଲିମ୍ପିକ୍ସ (୨୦୨୦)ରେ ମଧ୍ୟ ସମାନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିଲେ । ଏବେ ସେ ନିଜ ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଛନ୍ତି ।
GOLD 🥇 For INDIA 🇮🇳
— Doordarshan Sports (@ddsportschannel) August 30, 2024
Avani Lekhara wins gold medal in the Women's 10m air Rifle SH1 event with a score of 249.7 🙌#Paris2024 #Cheer4Bharat #Paralympics2024 @mansukhmandviya @MIB_India @PIB_India @IndiaSports @ParalympicIndia @PCI_IN_Official @Media_SAI @AkashvaniAIR… pic.twitter.com/mcFf6gxQ1t
ଦକ୍ଷିଣ କୋରିଆର ଲି ୟୁନରି ଏହି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି । ଅଭନି ଟୋକିଓ ପାରାଅଲିମ୍ପିକ୍ସରେ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନରେ ମଧ୍ୟ କାଂସ୍ୟ ପଦକ ଜିତିଥିଲେ । ଅଭନି ପାରାଅଲିମ୍ପିକ୍ସରେ ଦୁଇ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ଏଥଲେଟ୍ । ଏହାସହ କ୍ରମାଗତ ଭାବେ ଦୁଇଟି ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ମଧ୍ୟ ପ୍ରଥମ । ଅଭନିଙ୍କ ନାଁରେ ମୋଟ ୩ଟି ପାରାଅଲିମ୍ପିକ୍ସ ପଦକ ରହିଛି ।
ପାରାଅଲିମ୍ପିକ୍ସ ଖେଳରେ ସ୍ୱର୍ଣ୍ଣ ଜିତିଥିବା ଅଭନିଙ୍କୁ ପିଏମ୍ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପିଏମ୍ ମୋଦୀ ଲେଖିଛନ୍ତି, ଭାରତ ପାରାଅଲିମ୍ପିକ୍ସ ୨୦୨୪ରେ ପଦକ ଖାତା ଖୋଲିଛି । ଅଭନି ଲେଖରାଙ୍କୁ ୧୦ ମିଟର ଏୟାର ରାଇଫଲ୍ ଏସ୍ଏଚ୍ ୧ରେ ସ୍ୱର୍ଣ୍ଣ ଜିତିଥିବାରୁ ଅନେକ ଅନେକ ଶୁଭେଚ୍ଛା ।
India opens its medal account in the #Paralympics2024!
— Narendra Modi (@narendramodi) August 30, 2024
Congratulations to @AvaniLekhara for winning the coveted Gold in the R2 Women 10M Air Rifle SH1 event. She also creates history as she is the 1st Indian woman athlete to win 3 Paralympic medals! Her dedication continues to…