ପୂର୍ବତନ ସାଂସଦ ଏଭି ସ୍ୱାମୀଙ୍କର ପରଲୋକ

Published By : Prameya-News7 Bureau | December 31, 2019 IST

ଭୁବନେଶ୍ୱର - ପୂର୍ବତନ ରାଜ୍ୟ ସଭା ସାଂସଦ ଏଭି ସ୍ୱାମୀଙ୍କର ପରଲୋକ ହୋଇଛି । ନୂଆପଡା ଖରିଆର ରୋଡ୍‌ରେ ଥିବା ତାଙ୍କ ବାସଭବନରେ ଏଭି ସ୍ୱାମୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା ।

୨୦୧୨ ମସିହାର ଏପ୍ରିଲ ୪ ତାରିଖରୁ ୨୦୧୮ ମସିହା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ସେ ରାଜ୍ୟ ସଭାର ସାଂସଦ ଭାବେ କାର୍ଯ୍ୟ ତୁଲାଇଥିଲେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେଡିର ସମର୍ଥନରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.