ଏହି ସବୁ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ୨୦ରୁ ୨୫ ହଜାର ଟଙ୍କା: ଦେଖନ୍ତୁ ଆପଣଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ନାହିଁ ତ !

Published By : Prameya-News7 Bureau | January 27, 2019 IST

ଭୁବନେଶ୍ୱର ୨୭/୧ : ଆଜିକା ସମୟରେ ପ୍ରାୟ ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି | ଆଉ କିଛି ଲୋକଙ୍କ ପାଖରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି | ନିକଟରେ ଜୟପୁର, ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି | ଏଠାରେ ଲୋକଙ୍କ ଆକାଉଣ୍ଟକୁ ମନକୁ ମନ ଟଙ୍କା ଜମା ହେଉଛି | ଲୋକଙ୍କ କହିବାନୁଯାୟୀ, ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେଉଛି କିନ୍ତୁ ଏହି ଟଙ୍କା କେଉଁଠୁ ଆସୁଛି ତାର ସୂଚନା କାହା ପାଖେ ମଧ୍ୟ ନାହିଁ |

{"id":78611}


ଏହି ଖବର ପାଇବା ପରେ ବ୍ୟାଙ୍କକୁ ଲୋକଙ୍କ ସୁଅ ଛୁଟିଲା | ଟଙ୍କା କାଢ଼ିବା ପାଇଁ ଲୋକେ ବ୍ୟାଙ୍କକୁ ଦଉଡ଼ିଲେ | ଆଉ କିଛି ଲୋକଙ୍କ ଆକାଉଣ୍ଟକୁ ଥରେ ନୁହେଁ ବରଂ ଦୁଇ ଦୁଇ ଥର ଟଙ୍କା ଆସିଥିଲା | ଲୋକଙ୍କ କହିବାନୁଯାୟୀ, କିଛି ଆକାଉଣ୍ଟକୁ ୧୦ ହଜାର ତ ଆଉ କିଛି ଆକାଉଣ୍ଟକୁ ୨୫ ହଜାର ଟଙ୍କା ଆସିଛି | ଏଭଳି ସ୍ଥିତିରେ ଯେଉଁମାନଙ୍କ ଆକାଉଣ୍ଟରେ ୨୫ ହଜାର ଜମା ହୋଇଛି ସେମାନେ ବହୁତ ଖୁସି ଥିବା ଦେଖିବାକୁ ମିଳିଛି |

{"id":78612}


ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର କେତୁଗ୍ରାମର ୨ ନମ୍ବର ପଂଚାୟତ ସମିତିର ଶିବଲୁନ, ବେଲୁନ, ଟୋଲାବାଡ଼ି, ସେନପାଡା, ଅମ୍ବାଳଗ୍ରାମ, ନବଗ୍ରାମ, ଗଙ୍ଗାଟୀକୁରି ଅଂଚଳରେ ରହୁଥିବା ଲୋକଙ୍କ ଆକାଉଣ୍ଟରେ ଜମା ହୋଇଛି ୨୫ ହଜାର ଟଙ୍କା | ଅଚାନକ ଆକାଉଣ୍ଟରେ ଟଙ୍କା ଜମା ହେବାରୁ ବ୍ୟାଙ୍କରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା |

{"id":78613}


ସୂଚନାଯୋଗ୍ୟ ଯେ, ଯେଉଁମାନଙ୍କ ଆକାଉଣ୍ଟ ୟୁକୋ ବ୍ୟାଙ୍କ, ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଏସବିଆଇ ବ୍ୟାଙ୍କରେ ଆକାଉଣ୍ଟ ରହିଛି ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଛି | ବ୍ୟାଙ୍କର ଶାଖା ମ୍ୟାନେଜର କହିଛନ୍ତି ଯେ,ଏନଇଏଫଟି ଜରିଆରେ ଆକାଉଣ୍ଟରେ ଟଙ୍କା ଜମା ହୋଇଛି | ଏହି ମାମଲାରେ କୌଣସି ଅଧିକାରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ | ତେବେ ଗ୍ରାମବାସୀ ଭାବୁଛନ୍ତି ଯେ, ସରକାର ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି | ଘଟଣାର ତଦନ୍ତ ଚାଲିଛି | ପ୍ରକୃତ ଘଟଣା କ'ଣ, ଲୋକଙ୍କ ଆକାଉଣ୍ଟରେ କିଏ ଟଙ୍କା ଜମା କରୁଛି ତାହା ଶୀଘ୍ର ସ୍ପଷ୍ଟ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.