ଆଶାକର୍ମୀଙ୍କୁ ଧକ୍କା ଦେଇ ରାସ୍ତାରେ ଓଲଟିଲା ଅଟୋ, ୩ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | November 18, 2023 IST

ବାସୁଦେବପୁର ୧୮।୧୧: ଆଶା କର୍ମୀଙ୍କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟିଲା ଅଟୋ । ଆଶା କର୍ମୀଙ୍କ ସମେତ ୩ ଜଣକୁ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଘଟଣ ଘଟିଛି ବାସୁଦେବପୁର ବ୍ଲକ୍ ନରସିଂହପୁର ଛକ ନିକଟରେ । ଗୁରୁତରଙ୍କ ମଧ୍ୟରେ ଗୋଟିଏ ପରିବାରର ୨ ଜଣ ଥିବାବେଳେ ଆଶା କର୍ମୀ ମଧ୍ୟ ଗୁରୁତର ହେଇଛନ୍ତି ।

ଗୁରୁତର ମାନେ ହେଲେ ବାସୁଦେବପୁର ବ୍ଲକର ଆର୍ତ୍ତୁଙ୍ଗ ଗ୍ରାମର ମଣିଭଦ୍ର ମହାନ୍ତି, ସସ୍ମିତା ରାଉତ ଓ ଆଶାକର୍ମୀ ନନ୍ଦିନୀ ପଣ୍ଡା ବୋଲି ଜଣାପଡିଛି । ତେବେ ସେମାନଙ୍କ ମଧ୍ୟରୁ ମଣିଭଦ୍ର ମହାନ୍ତିଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ତେବେ ମଣିଭଦ୍ର ମହାନ୍ତିଙ୍କ ସହ ପ୍ରଫୁଲ୍ଲ ରାଉତଙ୍କ ପରିବାର ଲୋକ ଚେନ୍ନାଇରୁ ଭଦ୍ରକ ଷ୍ଟେସନରେ ଓହ୍ଲାଇ ଅଟୋ ଯୋଗେ ଘରକୁ ଫେରୁଥିଲେ । ହେଲେ ନରସିଂପୁର ଛକ ନିକଟରେ ଆଶା କର୍ମୀଙ୍କୁ ଧକ୍କା ଦେଇ ରାସ୍ତା ଓପରେ ଅଟୋଟି ଓଲଟି ପଡିଥିଲା ।

You Can Read :

wp:embed {"url":"https://www.prameyanews7.com/youth-arrested-who-bit-a-traffic-policeman-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/youth-arrested-who-bit-a-traffic-policeman-in-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.