ଜୁନ ଅଟୋ ସେଲ୍ସ ଡାଟା : ଦ୍ରୁତ ଗତିରେ ଅଭିବୃଦ୍ଧି ଆଡ଼କୁ ମାଡ଼ି ଚାଲିଛି କିଆ ମୋଟର୍ସ, ଟାଟା ବି କରୁଛି ରେକର୍ଡ ସେଲ୍

Published By : Prameya-News7 Bureau | July 02, 2022 IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିବା ପରେ ଦେଶର ଅର୍ଥନୀତିରେ ଧୀରେ ଧୀରେ ସୁଧାର ଆସୁଛି। କରୋନା ସମୟରେ ଅଟୋମୋବାଇଲ୍ ସେକ୍ଟରରେ ଭୁଶୁଡ଼ି ପଡ଼ିଥିଲା। ହେଲେ ଏବେ ଏଥିରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମେ ମାସରେ ଅଟୋମୋବାଇଲ୍ କମ୍ପାନୀଗୁଡ଼ିକ ରେକର୍ଡ ଗାଡି ବିକ୍ରି କରିଥିଲେ। ଏବେ ଜୁନ ମାସରେ ମଧ୍ୟ କମ୍ପାନୀଗୁଡ଼ିକ ସେଲ୍ ଲିଷ୍ଟ ଜାରି କରିଛନ୍ତି।

ଜାରି ହୋଇଥିବା ଜୁନ ମାସର ରିପୋର୍ଟ ଅନୁସାରେ କିଆ ମୋଟରରେ ଜବରଦସ୍ତି ବୃଦ୍ଧି ଦେଖିବାକୁ ମିଳିଛି। କମ୍ପାନୀ ୬୦ ପ୍ରତିଶତ ଗ୍ରୋଥ୍ ହୋଇଥିବା କମ୍ପାନୀ ସୂଚନା ଦେଇଛି। କିଆ ଜୁନରେ ୨୪, ୦୨୪ କାରି ବିକ୍ରି କରିଛି। ସେହିପରି ମାରୁତି ସୁଜୁକିର ଜୁନ୍ ମାସରେ ମୋଟ ହୋଲସେଲ୍ ୫.୭ ପ୍ରିତଶତ ବଢି ୧,୫୫,୮୫୭ ୟୁନିଟ ହୋଇଛି। ବାର୍ଷିକ ହିସାବ ଅନୁସାରେ କମ୍ପାନୀ ଅଭିବୃଦ୍ଧି ୫.୭ ପ୍ରିତଶତ ହୋଇଛି।  

ଟାଟା ମୋଟର୍ସ- ମେ ମାସରେ ଟାଟା ମୋଟର୍ସ ସବୁଠାରୁ ଭଲ ପ୍ରଦର୍ଶନ କରିଥିଲା। କମ୍ପାନୀ ରେକର୍ଡ ସଂଖ୍ୟକ ଗାଡ଼ି ବିକ୍ରି କରିଥିଲା ଏଥର ବି ଜବରଦସ୍ତ ବ୍ୟବସାୟ କରିଛି କମ୍ପାନୀ। ବାର୍ଷିକ ୭୮.୪ ପ୍ରତିଶତ ଅଭିବୃଦ୍ଧିରେ କମ୍ପାନୀ ଜୁନରେ ୮୨,୪୬୨ ୟୁନିଟ ବିକ୍ରି କରିଛି।

ଅନ୍ୟପଟେ ଟୁ-ହ୍ୱିଲର କମ୍ପାନୀଗୁଡ଼ିକ ପାଇଁ ବଜାଜ ଗତବର୍ଷ ଜୁନମାସରେ ଯେଉଁଭଳି ପ୍ରଦର୍ଶନ କରିଥିଲା ଜୁନରେ ପ୍ରାୟ ସେହିଭଳି ବ୍ୟବସାୟ କରିଛି। ଚଳିତ ଜୁନ ମାସରେ କମ୍ପାନୀ ୩,୪୬,୧୩୬ ୟୁନିଟ ବିକ୍ରି କରିଛି। ତେବେ ଘରୋଇ ବିକ୍ରିରେ କମ୍ପାନୀର ବିକ୍ରି ୧୫ ପ୍ରତିଶତ କମିଥିବା ରପ୍ତାନୀ ୧୩ ପ୍ରତିଶତ ବଢିଛି ବୋଲି ନିଜେ କମ୍ପାନୀ ସୂଚନା ଦେଇଛି।  ଏମଜି ମୋଟର ବିକ୍ରିରେ ୨୭ ପ୍ରତିଶତ ଅଭିବୃଦ୍ଧି ହୋଇଛି। କମ୍ପାନୀ ଜୁନରେ ୪୫୦୩ ୟୁନିଟ୍ ବିକ୍ରି କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.