scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଝିଅ ଜନ୍ମ ଦିନରେ ବାପାଙ୍କ ଖୁସି…ଅଟୋ ପଛରେ ମାରିଲେ ଏମିତି ବିଜ୍ଞାପନ; ଲୋକେ କହିଲେ, ସେ ହୃଦୟରୁ ଖୁବ୍ ଧନୀ…

20/08/2023 at 5:09 PM

ନୂଆଦିଲ୍ଲୀ 20/08 : ପ୍ରକୃତ ଧନୀ କିଏ? ଯାହା ପାଖରେ ବଡ଼ ମନ ଅଛି ସିଏ ନା ଯାହା ପାଖରେ ଧନ ଅଛି। ଏ ପ୍ରଶ୍ନ ଟି ଆପଣଙ୍କ ପାଇଁ। ଉତ୍ତର ଭାବୁଥାନ୍ତୁ। ତା ପୂର୍ବରୁ ନଜର ପକାନ୍ତୁ ଏହି ପୋଷ୍ଟର ଉପରେ।  ଏହା ଏକ ହାତ ଲେଖା ବିଜ୍ଞାପନ।  ଯାହା ଅଟୋ ରିକ୍ସା ପଛରେ ଛପା ଯାଇଛି।  ଯାହାକୁ ଲେଖିଛନ୍ତି ଜଣେ ବାପା। ସେ ଜଣେ ଅଟୋଚାଳକ ହୋଇଥିବାରୁ ଏହା ଲେଖି ସେ ନିଜ ଅଟୋ ପଛପଟେ ଲଗାଇଛନ୍ତି। ତେବେ ଏକ ବିଶେଷ ଦିନ ଅବସରରେ ଏହି ବିଜ୍ଞାପନ ଲଗାଯାଇଛି। ଆଉ ସେହି ଖାସ୍ ଦିନଟି ହେଉଛି , ନିଜ ଝିଅ ଅର୍ପିତାଙ୍କ ଜନ୍ମଦିନ। ସେହି ବିଜ୍ଞାପନକୁ ପଢ଼ି ସମସ୍ତେ ଏହି ବାପାଙ୍କୁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବୋଲି କହୁଛନ୍ତି ।

ବିଜ୍ଞାପନରେ ବାପା ଲେଖିଛନ୍ତି ଯେ, “ଆଜି 11-08-2023 ହେଉଛି ଆମ ଝିଅ ଅର୍ପିତା ଯାଦବଙ୍କ ଜନ୍ମଦିନ। ଆଜି ଏହି ଖୁସିରେ ମୋର ରିକ୍ସାରେ ଯିଏବି ଯିବେ  କୌଣସି ଭଡା ଦେବାକୁ ପଡିବ ନାହିଁ । ଜନ୍ମଦିନର ଅଭିନନ୍ଦନ।” ଏହି ବିଜ୍ଞାପନ ପଢ଼ିବା ପରେ ଲୋକମାନେ ଭାବବିଦ୍ୱଳ ହୋଇପଡ଼ିଛନ୍ତି।  ଲୋକମାନେ କହୁଛନ୍ତି, ଏହି ବାପା ହୃଦୟରୁ ଖୁବ୍ ଧନୀ।  ଏହା ସହିତ ଲୋକମାନେ ଅର୍ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଏହି ଫଟୋଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେଆର କରାଯାଇ କ୍ୟାପସନ ରହିଛି, ମଣିଷର ହୃଦୟ ବଡ଼ ହେବାକୁ ପକେଟ୍ ଅଧିକ ପଇସା ରହିବା ଜରୁରୀ ନୁହେଁ। ହାପି ବର୍ଥଡ଼େ ଅର୍ପିତା । ଏହି ଫଟୋ ସେଆର ହେବା ପରେ ଏଥିରେ ଅନେକ କମେଣ୍ଟ ଆସିଛି। ଜଣେ ଲେଖିଛନ୍ତି,  ଝିଅକୁ ଦୁନିଆର ସବୁ ଖୁସି ମିଳୁ, ଏତିକି ପ୍ରାର୍ଥନା।  ଆଉ ଜଣେ,ଲେଖିଛନ୍ତି ଅର୍ପିତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉ, ଏତିକି କାମାନା। ଆଉ ଜଣେ ଲେଖିଛନ୍ତି ଜରୁରୀ ନୁହେଁ ଯେ,  ଯାହା ପାଖରେ ପଇସା ଅଛି ସେ ହିଁ ଖୁସିରେ ରହିବ,  ଖୁସି ପାଇଁ ମନ ବଡ଼ ହେବା ଜରୁରୀ। ଖୁସିରେ ରୁହ ଅର୍ପିତା ଲଭ ୟୁ…।

ବାସ୍ତବିକ ସବୁ ପରେ ଆମକୁ କଣ ଦରକାର ଟିକେ  ଖୁସି। ଆଉ ସମସ୍ତେ ନିଜ ନିଜ ହିସାବରେ ସେ ଖୁସିକୁ ପାଇବାକୁ ଚେଷ୍ଟା କରନ୍ତି। ଏଠି ଜଣେ ଅଟୋ ଚାଳକ ବାପା ବି ସେମିତି କରିଛନ୍ତି। ନିଜ ଝିଅ ପାଇଁ ଟଙ୍କା କଥା ଚିନ୍ତା କଲେନି। ଦିନ ସାରା କରିଦେଲେ ଫ୍ରି… ସତରେ ଏମିତି କରିବାକୁ ଦରକାର ଗୋଟିଏ ବଡ଼ ମନ… ଆଉ ସେହି ମନ ଜଣେ ବାପାଙ୍କର ହୋଇପାରିବ…

Also Read- ୯ମାସର ଗର୍ଭବତୀ ଦେଖାଇଲେ କମାଲ୍, ସିଲାମ୍ବମ୍ ଘୂର୍ଣ୍ଣନ କରି କରିଛନ୍ତି ନୋବେଲ୍ ୱାର୍ଲ୍ଡ ରେକର୍ଡ

   Related Posts