ଗୁଣୁପୁର ୧।୮: ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ । ଦୁର୍ଘଟଣାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ରାୟଗଡା ଜିଲ୍ଲା ପୁଟାସିଂ ଥାନା ଚିନାସାରି ଘାଟିରେ ଘଟିଛି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ପୁଟାସିଂ ଥାନା ଚିନାସାରି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣା ଫଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ମୃତ ମହିଳା ଶ୍ରମିକ ହେଲେ ମାୟା ସାହୁ ।
ଚିନାସାରି ଗ୍ରାମକୁ ଜନୈକ ବ୍ୟକ୍ତିଙ୍କ ଘର ଛାତ ପକାଇବାକୁ ଯାଇଥିଲେ । କାମ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ସମସ୍ତ ଶ୍ରମିକ ପଦ୍ମପୁର ଗ୍ରାମର ବୋଲି ଜଣାପଡିଛି । ସମସ୍ତ ଆହତ ଗୁରୁତରଙ୍କୁ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଗୁଣୁପୁର ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
You Can Read:
ବିଷାକ୍ତ ଖାଦ୍ୟ ଖାଇ ହାତୀ ଛୁଆ ଅସୁସ୍ଥ, ନନ୍ଦନକାନନ ପଠାଇଲା ବନ ବିଭାଗ