Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ରାସ୍ତା ଉପରେ ଓଲଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ ୪ ଆହତ

10/03/2023 at 9:22 AM

ଭଦ୍ରକ ୧୦/୦୩ : ରାସ୍ତା ଉପରେ ଓଲଟିଲା ଯାତ୍ରୀବାହୀ ଅଟୋ । ଘଟଣାସ୍ଥଳରେ ଜଣେ ମୃତ ଓ ୪ ଆହତ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଶିବବିନ୍ଧା ଛକ ନିକଟରେ ଓଲଟିଛି ।

ସୂଚନାଥାଉକି, ଯାତ୍ରୀବାହୀ ଅଟୋ ଭଦ୍ରକରୁ କେତେକ ଯାତ୍ରୀଙ୍କୁ ନେଇ ଧାମନଗର ଅଭିମୁଖେ ଯାଉଥିଲା । କୌଣସି କାରଣ ବଶତଃ ଶିବବିନ୍ଧା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ୫ ଜଣଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ।

ତେବେ ମେଡିକାଲରେ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ୪ ଜଣ ଚିକିତ୍ସିତ ହେଉଛନ୍ତି । ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାର କାରଣ ଖୋଜୁଛି ପୋଲିସ । ତେବେ ମୃତକ ଓ ସମସ୍ତ ଆହତ ଧାମନଗର ଅଞ୍ଚଳର ହୋଇଥିବା ସୂଚନା ମିଳିଥିବା ବେଳେ ପରିଚୟ ଅସ୍ପଷ୍ଟ ରହିଛି ।

   Related Posts