ଓଲଟିଲା ଯାତ୍ରୀବାହୀ ଅଟୋ, ୭ ଗୁରୁତର

Published By : Prameya-News7 Bureau | January 10, 2023 IST

ମୋହନା ୧୦।୦୧ : ଓଲଟିପଡିଲା ଯାତ୍ରୀବାହୀ ଅଟୋ । ଏହି ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି ।  ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଦ ଲେଡବନ୍ଧ ଘାଟିରେ ଘଟିଛି ଦୁର୍ଘଟଣା । ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କିଛି ଯାତ୍ରୀଙ୍କୁ ନେଇ ଅଟୋଟି ଲୁହlଗୁଡ଼ିରୁ ମୋହନା ଆସୁଥିଲା । ହେଲେ ଲେଡବନ୍ଧ ଘାଟିରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା l ଏପିରିକି ଅଟୋଟିର ପଛ ଚକl ଫାଟିଯିବl ଯୋଗୁଁ ଓଲଟି ପଡ଼ିଥିବା ଜଣାପଡିଛି l ତେବେ ଏହି ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୪ ମହିଳା ଓ ୩ ପୁରୁଷ ଯାତ୍ରୀ ଅଛନ୍ତି l ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି ।  ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.