ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଅଟୋ, ୨ଶିଶୁ ଆହତ

Published By : Prameya-News7 Bureau | February 25, 2020 IST

କେନ୍ଦ୍ରାପଡ଼ା ୨୫।୦୨: କେନ୍ଦ୍ରାପଡି ଗରାପୁର୍ ନିକଟରେ ଏକ ଅଟୋ ଓଲଟି ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି l ଆହତଯାତ୍ରୀଙ୍କ ମଧ୍ୟରେ ଜଣେ ୩ ମାସ ଏବଂ ଆଉ ଜଣେ ଦେଢ଼ ବର୍ଷ ର ଶିଶୁ ଥିବା ଜଣାପଡ଼ିଛି l ସମସ୍ତ ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ପଳସିଂହା ଗ୍ରାମର ଏକ ପରିବାର ନିଜର ଦୁଇଜଣ ଶିଶୁ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ  ଅଟୋ ଯୋଗେ ଆସୁଥିଲେ l ତେବେ କଟକ-ଚାନ୍ଦବାଲି ରାସ୍ତା  ଗରାପୁର୍ ଛକ ନିକଟରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ତଳକୁ ଓଲଟି ପଡିଥିଲା l ଅଟୋ ରେ ଥିବା କବିତା ରାଉତ, ସସ୍ମିତା ରାଉତ, ରାଜକିଶୋର ବିଶ୍ଵାଳ, ମନସ୍ଵିନୀ ବିଶ୍ଵାଳ ଆହତ ହୋଇଥିବା ବେଳେ ୩ ମାସ ଏବଂ ଦେଢ ବର୍ଷର ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି l ଅଟୋ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଅଟୋ ଚାଳକ ମନୋଜ ଫେରାର୍ ହୋଇଯାଇଥିବା ଜଣାପଡିଛି l ଆହତ ମାନଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.