ଅଟୋ ଚାଳକଙ୍କୁ ହତ୍ୟା ଘଟଣା; ପୋଲିସକୁ ଅଟକ ରଖିଲେ ମୃତକଙ୍କ ପରିବାର

Published By : Prameya-News7 Bureau | August 19, 2022 IST

ସାଲେପୁର ୧୯/୦୮: ଅଗଷ୍ଟ ୧୧ ତାରିଖରେ ଜଣେ ଅଟୋ ଚାଳକଙ୍କୁ  ଗଳାକାଟି ହତ୍ୟା କରାଯାଇଥିଲା। ପରେ ତାଙ୍କ ମୃତଦେହକୁ ଏକ ପଡ଼ିଆରେ ସର୍ବସାଧାରଣ ଖୋଲା ଜାଗାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ପରିଚୟ ଅବଦୁଲ କାଦର ବୋଲି ଜଣାପଡ଼ିଥିଲା। ଏଙଇ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଚିନକୁ କିଶନନଗର ପୋଲିସ ଗିରଫ କରିଛି। ଗିରଫ ପରେ  ଅଭିଯୁକ୍ତକୁ ଘଟଣାସ୍ଥଳକୁ ଆଣି ପୋଲିସ ସିନ୍‌ ରିକ୍ରିଏସନ କରିଛି। ଏହା ସହିତ ସେଠାରେ ଥିବା ଏକ ପରିତ୍ୟକ୍ତ ପୋଖରରୁ ମୃତ ଅବଦୁଲର ଲୁଙ୍ଗି, ଗଞ୍ଜି ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ମଧ୍ୟ ପୋଲିସ ଜବତ କରିଛି। ସେପଟେ ମୁଖ୍ୟ ଅଭିଯୁକ୍ତର କିଛି ସହଯୋଗୀଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। କିନ୍ତୁ ଏହି ଘଟଣାକୁ ନେଇ ପୋଲିସର ତଦନ୍ତରେ ମୃତକଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଫଳରେ କ୍ରାଇମ୍‌ ରିକ୍ରିଏସନ୍ ସାରି ଫେରିବା ସମୟରେ ଆସାମୀ ସହିତ ପୋଲିସି ଗାଡିକୁ ମୃତକଙ୍କ ପରିବାର ଅଟକ ରଖିଥିବା ଦେଖିବାକୁ ମିଳିଛି। ପୋଲିସ ନିଜେ କାହାଣୀ ତିଆରି କରି ଆକ୍ଟରର ଭୂମିକା ନିଭାଉଛି, ମୁଖ୍ୟ ଅଭିଯୁକ୍ତ ସଚିନ କୋର୍ଟରେ ଆତ୍ମସମର୍ପଣ ନକରି କରି ଥାନାରେ କାହିଁକି ଆତ୍ମ ସମର୍ପଣ କରିଛି ? ଅନ୍ୟପଟେ ଅଭିଯୁକ୍ତ ସଚିନ ହାତରେ ଗୋଟିଏ ପାପୁଲି ନଥିବା ବେଳେ ସେ କିଭଳି ହତ୍ୟା କଲା ସେନେଇ ମୃତକଙ୍କ ପରିବାର ଲୋକ ଓ ଗାଁଲୋକ ପ୍ରଶ୍ନ କରିଛନ୍ତି। କାହା ଚାପରେ ଆସି ପୋଲିସ ତଦନ୍ତ ବାଟବଣା କରୁଛି।ମୃତକଙ୍କ ପରିବାର ଓ ଗାଁ ଲୋକ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ରାସ୍ତା ଉପରେ ପୋଲିସି ଗାଡ଼ିକୁ ଅଟକ ରଖିଥିଲେ। ପରେ ଘଟଣା ସ୍ଥଳରେ ଆଡ଼ିଶିନାଲ୍ ରୁରାଲ ଏସିପି କୃଷ୍ଣ ପ୍ରସାଦ ପଟ୍ଟନାୟକ, କିଶନ ନଗର ତହସିଲଦାର ମିସ୍ ଇନ୍ଦିରା ସାହୁ, କିଶନ ନଗର ଆଇଆଇସି ରଶ୍ମି ରଞ୍ଜନ ଦାଶ ପ୍ରମୁଖ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.