ଆଦର୍ଶ ପାଇଁ ବଳିପଡ଼ିଲେ ଅଟୋ ଡ଼୍ରାଇଭର, ଉଚିତ ଭଡ଼ାନେବାରୁ ଅଟୋ ଡ଼୍ରାଇଭରକୁ ହତ୍ୟାକଲା ଅନ୍ୟଜଣେ ଅଟୋ ଡ଼୍ରାଇଭର
11/01/2019 at 7:34 PM

ବେଙ୍ଗାଲୁରୁ ୧୧/୧- ବେଙ୍ଗାଲୁରୁ ୟେମାଲୁରୁରେ ଘଟିଛି ଏଭଳି ଏକ ଘଟଣା । ଉଚିତ ଭଡ଼ା ନେବାରୁ ଜଣେ ଅଟୋ ଡ଼୍ରାଇଭର ଆଉଜଣେ ଅଟୋ ଡ଼୍ରାଇଭରକୁ କରିଛି ହତ୍ୟା ।

ୟା.ଏମ. ନାରାୟଣ କମର୍ସିଆଲ ଟ୍ୟାକସ୍ ଡ଼ିପାର୍ଟମେଣ୍ଟରୁ ଅବସର ନେବାପରେ ଅଟୋ ଚଳାଇ ଜୀବିକା ନିର୍ବାହ କରୁଥିଲା । ସେ ଜଣେ ସଚ୍ଚୋଟ ଲୋକ ଥିବାରୁ କାହାକୁ ଠକୁ ନଥିଲା । ଲୋକଙ୍କୁ ଠାରୁ ଉଚିତ ଭଡ଼ା ନେଉଥିଲା । କିନ୍ତୁ ଏହି ଘଟଣା ଅନ୍ୟ ଡ଼୍ରାଇଭରଙ୍କୁ ଠିକ ଲାଗୁ ନଥିଲା । ଫଳରେ ତାଙ୍କୁ ଅନ୍ୟ ମାନେ ବି ବିରୋଧ କରୁଥିଲେ ।

ଏହି ଭଡ଼ାନେବା ଘଟଣାକୁ ନେଇ ଅନେକବାର ନାରାୟଣଙ୍କ ସହ ସେହି ଅଟୋ ଷ୍ଟାଣ୍ଡରେ କେତେକ ଡ଼୍ରାଇଭରଙ୍କ ସହ ପାଟିତୁଣ୍ଡ ହୋଇଥିଲା ।
ସେ ନିଜର ନୀତି-ଆଦର୍ଶ ପାଇଁ ସେ ଅଂଚଳର ଲୋକ ନାରାୟଣଙ୍କୁ ବହୁତ ଭଲ ପାଉଥିଲେ । ନାରାୟଣଙ୍କୁ ଅନ୍ୟ ଅଟୋ ଡ଼୍ରାଇଭର ଏଥିପାଇଁ ଈର୍ଷା କରୁଥିଲେ ।
ଘଟଣାଦିନ ଅଟୋ ଡ଼୍ରାଇଭର ବାବୁ ଏହି ଉଚିତ ଭଡ଼ା ନେବାକୁ ନେଇ ଯୁକ୍ତି କରିଥିଲା । ଫଳରେ ଉତକ୍ଷିପ୍ତ ହୋଇ ବାବୁ ନାରା୍ୟଣଙ୍କ ମୁଣ୍ଡକୁ ବାଡ଼େଇଥିଲା । ନାରାୟଣ ତଳେ ପଡ଼ିଯିବା ପରେ ମଧ୍ୟ ନିସ୍ତୁମ ମାଡ଼ ମାରିଥିବା କହିଛନ୍ତି ପ୍ରତ୍ୟେକଦର୍ଶୀ ।
ନାରାୟଣଙ୍କୁ ସେହି ଷ୍ଟାଣ୍ଡର କିଛି ଡ଼୍ରାଇଭର ଡ଼ାକ୍ତରଖାନାକୁ ନେଇଯାଇଥିଲେ । ଡ଼ାକ୍ତରଖାନାରେ ନାରାୟଣଙ୍କ ମୃତ୍ୟୁ ହୋଇଥିଲା ।