ଅଟୋ ଚାଳକ ଫେରାଇଲେ ୭ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା

Published By : Prameya-News7 Bureau | January 23, 2020 IST

ପୁନେ - ଦୁନିଆଁରେ ଅନେକ ମହତ ଉଦ୍ଦେଶ୍ୟ ଥିବା ଲୋକ ଅଛନ୍ତି । ଅଳ୍ପ ରୋଜଗାର କରୁଥିଲେ ମଧ୍ୟ ପାପ ଉପାୟରେ ଅର୍ଥ ଉପାର୍ଜନ କରିବା ପାଇଁ ଚିନ୍ତା କରନ୍ତି ନାହିଁ । ଏପରି ଜଣେ ଲୋକ ହେଉଛନ୍ତି ପୁନେ ମହାନଗରୀରେ ତୁକାରାମ ଯାଦବ ରାଓ ତୁଲେ । ଜଣେ ବୟସ୍କା ମହିଳା ତାଙ୍କ ଅଟୋରେ ଛାଡିଯାଇଥିବା ୭ ଲକ୍ଷ ଟଙ୍କାର ହୀରା ଗହଣା ଓ ପୋଷକକୁ ଫେରାଇ ଦେଇଛନ୍ତି ।

ଶୋଭା ସନ୍ଦୀପ ଲୁଙ୍କାଡେ ନାମକ ୫୫ ବର୍ଷୀୟ ମହିଳା ତୁକାରାମଙ୍କ ଅଟୋରେ ଯାତ୍ରା କରିଥିଲେ । ଏହି ସମୟରେ ସେ ଭୁଲ୍‌ରେ ତାଙ୍କ ଗହଣା ବ୍ୟାଗ ସହ କିଛି ମୂଲ୍ୟବାନ ପୋଷାକ ଥିବା ଏକ ବ୍ୟାଗକୁ ଅଟୋରେ ଛାଡିଯାଇଥିଲେ ।

ଏହି ମହିଳା ଜଣଙ୍କ ଏକ ମଲକୁ ନିଜ ଝିଅ ସହିତ ବୁଲିବା ପାଇଁ ଯାଇଥିଲେ । ଫେରିବା ସମୟରେ ସେ ତୁକାରାମଙ୍କ ଅଟୋରେ ଆସିଥିଲେ । ମାତ୍ର ବାଟରେ ଥିବା ଏକ ବସ୍‌ଷ୍ଟାଣ୍ଡରେ ତାଙ୍କ ଝିଅ ଓହ୍ଲାଇଯିବା ସହ ତାଙ୍କର ଗହଣାବ୍ୟାଗକୁ ତାଙ୍କ ମାଆଙ୍କୁ ଦେଇଥିଲେ । ତାଙ୍କ ମାଆ ସେଠାରୁ ତାଙ୍କ ପୁଅର ଅଫିସ୍‌ ନିକଟକୁ ଯାଇଥିଲେ ସେଠାରେ ଓହ୍ଲାଇ ଅଟୋ ଭଡା ଦେଇ ଚାଲିଯାଇଥିଲେ ।

ପରେ ତୁକାରାମ ତାଙ୍କ ଅଟୋରେ ମହିଳା ଜଣଙ୍କ ବ୍ୟାଗ ଛାଡିଯାଇଥିବାର ଦେଖିଥିଲେ । ସେହି ସମୟରେ ମହିଳା ଜଣଙ୍କ ଗହଣା ବ୍ୟାଗ ଛାଡିଯାଇଥିବା ଜାଣିପାରି ଥାନାରେ ବ୍ୟାଗ ହଜିବା ନେଇ ଏକ ମାମଲା ରୁଜି କରିଥିଲେ । ପୁଲିସ ସିସିଟିଭି ଯାଞ୍ଚ କରିବା ସହ ବିଭିନ୍ନ ଅଟୋରିକ୍ସା ଚାଳକଙ୍କୁ ପ୍ରଶ୍ନ କରିଥିଲା । ପ୍ରାୟ ରାତି ୧୧ଟା ସମୟରେ କାଲେ ଥାନାକୁ ଆସି ବ୍ୟାଗ ଫେରାଇ ଥିଲେ ।
ଏଥିରେ ସମସ୍ତ ପୋଷ।କ ଓ ଗହଣା ସୁରକ୍ଷିତ ଥିଲା ।

ଅଟୋ ଡ୍ରାଇଭର ଜଣଙ୍କ ୭ ଲକ୍ଷ ଟଙ୍କାର ଗହଣା ନିଜେ ଆସି ଥାନାରେ ଫେରାଇ ଦେଇଥିବାରୁ ତାଙ୍କୁ ଥାନାରେ ସମ୍ମାନିତ କରାଯାଇଥିଲା ।ପୁଲିସ ଡେପୁଟି କମିଶନର ତାଙ୍କୁ ସମ୍ମାନିତ କରିବା ସହ ସାଧୁତାକୁ ପ୍ରଶଂସା କରିଥିଲେ । ପୁଲିସ ମହିଳା ଜଣଙ୍କୁ ତାଙ୍କ ବ୍ୟାଗ ଫେରାଇ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.