ଅଟୋକୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଅଟୋ ଡ୍ରାଇଭର ମୃତ
14/06/2019 at 8:34 AM

ବଲାଙ୍ଗିର ୧୪|୬: ବଲାଙ୍ଗିରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଛକ ନିକଟରେ ଦୁର୍ଘଟଣା ହୋଇଛି । ସୋନପୁର ତରଭାରୁ ରୋଗୀ ଛାଡି ଫେରୁଥିବା ବେଳେ ଅଟୋକୁ ପିଟିଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତ ଅଟୋ ଡ୍ରାଇଭର ବଲାଙ୍ଗିରର ସୁରେଶ ଦୀପ । କ୍ଷତିପୂରଣ ଦାବିରେ ଅଟୋ ଚାଳକ ସଂଘ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ପୁଇଁତଳା ଥାନା ନିକଟ ବଲାଙ୍ଗିର-ସୋନପୁର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବାଇପାସ୍ ନିର୍ମାଣ ଦାବି କରାଯାଉଛି ।
Related Posts
ପୋଖରୀରେ ବୁଡ଼ି ୨ ଛାତ୍ର ମୃତ, ଗାଧୋଇବାକୁ ଯାଇ ଘଟିଲା ଅଘଟଣ
24 September 2023
ସମ୍ବଲପୁରରେ ବଡ଼ଧରଣର ଲୁଟ୍, ବାଇକ୍ରେ ଆସି ନେଇଗଲେ ୩୦୦ ଗ୍ରାମ ସୁନା
24 September 2023
ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ, ପୋଲିସ କରୁଛି ଛାନ୍ଭିନ୍
24 September 2023
ସାବଧାନ ! ଉଲୁଣ୍ଡା ଅଞ୍ଚଳରେ ବୁଲୁଛି ବାଘ, ସତର୍କ ରୁହନ୍ତୁ…
24 September 2023