ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଠାକୁରାଣୀ ଯାତ୍ରା ଦେଖି ଯାଉଥିବା ବେଳେ ଓଲଟିଲା ଅଟୋ : ୨ ମୃତ, ୮ ଗୁରୁତର

31/05/2022 at 8:42 PM

ବୌଦ୍ଧ, ୩୧|୦୫:ଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା । ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ପାଣିଶାଲରେ ଓଲଟିଲା ଅଟୋ । ଘଟଣା ସ୍ଥଳରେ ଦୁଇ ମୃତ , ୮ ଗୁରୁତର । ମୃତକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୋକପଡ଼ା ଗ୍ରାମର କୁମାରୀ କହଁର ଓ ଗୁରୁ ମାଝି ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଞ୍ଜକଟା ପଞ୍ଚାୟତ ଅନ୍ତର୍ଗତ ଲୋକାପୋଡ଼ା ଗ୍ରାମର ୧୦ ଜଣ ଏକ ଅଟୋ ଯୋଗେ  ଫୁଲବାଣୀ କୁ ଠାକୁରାଣୀ ଯାତ୍ରା ଦେଖିବାକୁ ଯାଉଥିଲେ । ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ସ୍ଥିତ ପାଣିଶାଳ ଘାଟି ନିକଟରେ ହଠାତ୍ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଥିଲେ ।

ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ସେପଟେ ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

   Related Posts