ଅଟୋ ଆନ୍ଦୋଳନ ପ୍ରତ୍ୟାହୃତ, ପୋଲିସ ଡିଜିଙ୍କ ସହ ବୈଠକ ପରେ ନିଷ୍ପତ୍ତି
16/03/2023 at 12:47 PM

ଭୁବନେଶ୍ୱର ୧୬।୦୩ : ଅଟୋ ଆନ୍ଦୋଳନ ପ୍ରତ୍ୟାହୃତ । ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ । ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ହଟିଲା । ଆନ୍ଦୋଳନ ପ୍ରତ୍ୟାହାର ନେଇ ସଭାପତି ଦୀନବନ୍ଧୁ ନାୟକଙ୍କ ସୂଚନା ।
ସେହିପରି ଯେଉଁ ଯେଉଁ ସ୍ଥାନରେ ବୁଧବାର ଦିନ ଦୁର୍ବ୍ୟବହାର ହୋଇଥିଲା । ସେନେଇ ସ୍ଥାନୀୟ ଥାନାରେ ଏତଲା ଦିଆଯିବ । ଅଟୋ ସଂଘ ସହ ଆଲୋଚନାରେ ସାମିଲ ଥିଲେ ଓଡିଶା ପରିବହନ ମୋଟର କର୍ମଚାରୀ ସଂଘ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ଵରରେ ଅଟୋ ଡ୍ରାଇଭର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲା । ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା । ପ୍ରାୟ ୧୦ ହଜାର ଅଟୋ ଏବଂ କାର ଡ୍ରାଇଭର ଏଥିରେ ସାମିଲ୍ ହୋଇଥିଲେ ଏବଂ ଲୋୟର ପିଏମଜି ଏବଂ ଜନପଥରେ ଧାରଣା ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଥିଲା ।
ଶେଷରେ ଗୁରୁବାର ପୋଲିସ ଡିଜି ଏବଂ ସ୍ମାର୍ଟ ସିଟି ଅନ୍ଲାଇନ୍ ଅଟୋ ଚାଳକ ସଂଘ ପକ୍ଷରୁ ଏକ ବୈଠକ ବସିଥିଲା । ଏହି ବୈଠକରେ ଡିଜିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ।