ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

୪୯ ନମ୍ବର ଜାତୀୟ ରାଜପଥରେ ଅଟୋ ଓ ତେଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୩ ମୃତ, ୫ ଆହତ

6/06/2022 at 5:53 PM

କୁଚିଣ୍ଡା, ୦୬/୦୬: ଟେମ୍ପୁ ଓ ତେଲ ଟେଙ୍କର ମୁହାଁମୁହିଁ ଧକ୍କା l ୩ ମୃତ ୫ ଆହତ l କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥର ତବଲାକଟା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଅଂଚଳବାସୀ l ଅନ୍ୟପଟେ ଆହତମାନଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

ଆଜି ଅପରାହ୍ନ ସାଢେ ଚାରିଟା ବେଳେ କୁଚିଣ୍ଡା ପଟୁ ଏକ ତେଲ ଟ୍ୟାଙ୍କର ଦ୍ରୁତ ଗତିରେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଯାତ୍ରୀବାହୀ ଟେମ୍ପୁକୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ଟେମ୍ପୁ ଚାଳକ ସହ ୩ ଜଣଙ୍କ ମୃତ୍ୟୁ ହୋଇଛି l ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷୟତ୍ରୀ ମଧ୍ୟ ଅଛନ୍ତି l ମୃତକମାନେ ଭୋଜପୁର ଗାଁର ଶିକ୍ଷୟତ୍ରୀ ତନୟା ଶର୍ମା, ଟାଇଁସର ଗାଁର ଟେମ୍ପୁ ଚାଳକ ଅତୀଶ ନାଏକ ଓ ତବଲାକଟା ଗାଁର ସରସ୍ବତୀ ସିଂ ବୋଲି ଜଣାପଡିଛି l ଟ୍ୟାଙ୍କର ଚାଳକ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ କୁଚିଣ୍ଡା ପୋଲିସ ତଥା ଜମନକିରା ତହସିଲଦାର ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି l

   Related Posts