ବାଇକକୁ ଧକ୍କା ଦେଇ କେନାଲ ଭିତରକୁ ଓଲଟିଲା ଅଟୋ, ୬ ଗୁରୁତର

Published By : Prameya-News7 Bureau | May 27, 2022 IST

ସାଲେପୁର, ୨୭/୦୫: ଅଟୋ-ବାଇକ ମୁହାଁମୁହିଁ ଧକ୍କା । ହରିଚନ୍ଦନପୁର ବ୍ୟାରେଜ କେନାଲ ବନ୍ଧ ରାସ୍ତାରରେ ଏପରି ଦୁର୍ଘଟଣା ଘଟିଛି । ଅଟୋଟି ସାଲେପୁରରୁ ଭଗବାନପୁରକୁ ଯିବାବେଳେ ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ଘଟାଇ ଭାରସ୍ୟମ ହରାଇ ଅଟୋଟି କେନାଲ ଭିତରକୁ ଓଲଟି ପଡିଥିଲା । ଫଳରେ ୪ଜଣ ଗୁରୁତର ହୋଇପଡିଥିଲେ । ଅନ୍ୟପଟେ ବାଇକରୁ ପଡ଼ିଯିବାରୁ ଦୁଇ ଆରୋହୀ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ  ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସାଲେପୁର ମେଡ଼ିକାଲକୁ ପଠାଇଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.