ଚିକିତ୍ସା ସାରି ଫେରୁଥିବା ବେଳେ ଅଟୋ ଉପରେ ପଡ଼ିଲା ବିରାଟକାୟ ଗଛ, ମହିଳା ମୃତ, ଦୁଇ ଗୁରୁତର

Published By : Prameya-News7 Bureau | May 27, 2022 IST

ଅନଗୁଳ, ୨୭/୦୫: ପାଳଲହଡା ଜାତୀୟ ରାଜପଥ ୧୪୯ ବାଲିପଶି ଗ୍ରାମ ନିକଟରେ ଚଳନ୍ତା ଅଟୋ ଉପରେ ପଡିଗଲା ବିରାଟକାୟ ଗଛ I ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତ ମହିଳା ଜଣକ ଖମାର ଥାନା ତିଳେଇପଶି ଗ୍ରାମର ଜେମା ପରିଡା ବୋଲି ଜଣାପଡିଛି । ଗୁରୁତରମାନେ କୁନା ପରିଡା ଓ ଅନିମା ସାହୁ ବୋଲି ଜଣାପଡିଛି ।  ସମସ୍ତଙ୍କୁ ଉଦ୍ଧାର କରାଯାଇ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି I

ଗୋଟିଏ ପରିବାରର ୪ ଜଣ ସଦସ୍ୟ ପାଲଲହଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ଚିକିତ୍ସା ପରେ ସମସ୍ତେ ଅଟୋ ଯୋଗେ ନିଜ ଗାଁକୁ ଫେରୁଥିଲେ । ତେବେ ଫେରିବା ବେଳେ ଜାତୀୟ ରାଜପଥ ୧୪୯ର ବାଲିପଶି ଗ୍ରାମ ନିକଟରେ ହଠାତ ଏକ ବିରାଟ କାୟ ଶୁଖିଲା ଗଛ ଅଟୋ ଉପରେ ଭାଙ୍ଗି ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.