Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଣ୍ଟେନରକୁ ପଛପଟୁ ଧକ୍କାଦେଲା ଅଟୋ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

2/06/2023 at 5:42 PM

ଭଦ୍ରକ ୦୨/୦୬: ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଛିଡ଼ା ହୋଇଥିବା କଣ୍ଟେନରକୁ ପଛରୁ ଧକ୍କା ଦେଲା ମାଲବାହୀ ଅଟୋ। ଫଳରେ ଜଣଙ୍କର ମୃତ ହେବା ସହିତ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଭଦ୍ରକର ଭଣ୍ଡାରିପୋଖରୀ ଥାନା ଡାହାଲା ଛକ ପାଖରେ ଏହି ଦୁର୍ଘଟଣା ଘଟିଛି। ଖବର ଅନୁସାରେ, ଡାହାଲା ଛକ ପାଖରେ ରାସ୍ତା କଡ଼ରେ ଏକ କଣ୍ଟେନର ଛିଡ଼ା ହୋଇଥିଲା।

ସେତିକି ବେଳେ ଗୋଟିଏ ମାଲବାହୀ ଅଟୋ ଭଦ୍ରକ ଆଡୁ ଆସି କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋରେଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହା ସହିତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଛି।

ଏହା ମଧ୍ୟ ପଢ଼ନ୍ତୁ:~ଯାତ୍ରୀବାହୀ ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଜଣଙ୍କର ମୃତ୍ୟୁ

   Related Posts