ହନୁପାଇଁ ଓଲଟିଲା ଅଟୋ, ୪ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର

Published By : Prameya-News7 Bureau | November 29, 2022 IST

ବଲାଙ୍ଗୀର, ୨୯/୧୧: ବଲାଙ୍ଗୀର ପୁଇନ୍ତଲା ଥାନା ଅନ୍ତର୍ଗତ ସଲତରପାଲି ନିକଟରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି । ଏଥିରେ ୧୦ମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଥିବା ୧୩ ଜଣ ଛାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଜାମ ଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ମେଟ୍ରିକ୍ ସବମେଟିଭ ପରୀକ୍ଷା ଦେବାକୁ ସାଉନ୍ତପୁର ସ୍ଥିତ ସୁରଜମାଲ ହାଇସ୍କୁଲକୁ ଯାଉଥିଲେ । ଗୋଟିଏ ଅଟୋରେ ଏକ ଥରକେ ୧୩ ଜଣ ଛାତ୍ରୀ ଯାଉଥିଲେ।

ସାଉନ୍ତ ପୁର ନିକଟରେ ହନୁମାଙ୍କଡ଼ଟିଏ ରାସ୍ତାରେ ଯାଉଥିବା ଏକ ବାଇକ ସମ୍ନାକୁ ଚାଲି ଆସିଥିଲା। ବାଇକ୍‌ ଆରୋହୀ ଅଟୋରେ ବାଡେଇ ହେବାରୁ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ୪ ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଛାତ୍ରୀମାନଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.