ରୁଶଦିଙ୍କ ଆକ୍ରମଣଙ୍କୁ ନିନ୍ଦା କରିବାରୁ ପ୍ରଖ୍ୟାତ ଲେଖିକା ଜେକେ ରାଉଲିଙ୍ଗକୁ ବି ହତ୍ୟା ଧମକ: ଟ୍ୱିଟ୍ କରି ଦୁର୍ବୃତ୍ତ ଲେଖିଛି- ପରବର୍ତ୍ତି ଶିକାର ଆପଣ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ: ଆମେରିକାରେ ବିଶିଷ୍ଟ ଔପନ୍ୟାସିକ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବାକୁ ପ୍ରଖ୍ୟାତ ଲେଖିକା ଜେକେ ରାଉଲିଙ୍ଗଙ୍କୁ ହତ୍ୟା ଧମକ। ଟ୍ୱିଟରରେ ଲେଖିକାଙ୍କୁ ହତ୍ୟା ଧମକ ଦିଆଯାଇଥିବା ବେଳେ ୫୭ ବର୍ଷୀୟା ଲେଖିକା ରାଉଲିଂ ଟ୍ୱିଟରରେ ହତ୍ୟା ଧମକର ସ୍କ୍ରିନଶଟ୍ ମଧ୍ୟ ଶେୟାର କରିଛନ୍ତି।

ହେରି ପୋର୍ଟର ଲେଖିକା ରାଉଲିଂ ରୁଶଦିଙ୍କ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣକୁ ନିନ୍ଦା କରିଥିଲେ। ସେ କହିଥିଲେ ଯେ ଘଟଣା ଜାଣି ତାଙ୍କୁ ବହୁତ ଦୁଃଖ ହେଲା। ତେବେ ପ୍ରାର୍ଥନା କରୁଛି ଯେ ଔପନ୍ୟାସିକ ଶୀଘ୍ରୁ ସୁସ୍ଥ ହୋଇଯାଆନ୍ତୁ। ରାଉଲିଙ୍କର ଏହି ଟ୍ୱିଟ୍‌ରେ ଜବାବ ଦେଇ ଜଣେ ୟୁଜର ଲେଖିଛନ୍ତି ‘ଚିନ୍ତା କର ନାହିଁ ପରବର୍ତ୍ତୀ ଶିକାର ଆପଣ।’

ରାଉଲିଙ୍ଗଙ୍କୁ ଏଭଳି ଧମକ ଦେଇଥିବା ଅପରାଧି ଟ୍ୱିଟରରେ ନ୍ୟୁଜର୍ସିର ଆକ୍ରମଣକାରୀ ହାଦି ମଟରରକୁ ବି ପ୍ରଶଂସା କରିଛି ଶୁକ୍ରବାର ହାଦି ମଟର ପଶ୍ଚିମ ନ୍ୟୁୟର୍କରେ ଏକ ସାହିତ୍ୟା କାର୍ଯ୍ୟକ୍ରମରେ ରୁଶଦିଙ୍କୁ ମୁହଁ ବେକକୁ ବାରମ୍ବାର ଛୁରିଭୁସି ଆକ୍ରମଣ କରିଥିଲେ ଏହା ପରଠାରୁ ରୁଶଦି ବର୍ତ୍ତମାନ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି ତାଙ୍କର ଗୋଟେ ଆଖି ନଷ୍ଟ ହୋଇଯାଇପାରେ ବୋଲି ଶୁଣିବାକୁ ମିଳୁଛି। ତେବେ ତାଙ୍କ
ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତୀ ଆସୁଛି। ସେ କତା କହୁଛନ୍ତି ବୋଲି ରଶଦିଙ୍କ ଏଜେଣ୍ଟଙ୍କ ପକ୍ଷରୁ ସୂଚନା ମିଳିଛି। ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି

ସୂଚନା ଥାଉକି ୧୯୮୮ ମସିହାରେ ଲୋକାର୍ପିତ ହୋଇଥିବା ରୁଶିଦଙ୍କ ବହିସେଟେନିକ ବର୍ସେଜ୍ ଇରାନପୁସ୍ତକ ଇରାନ୍ରେ ବ୍ୟାନ୍କରାଯାଇଛି। କାରଣ ଏହି ପୁସ୍ତକ ଇସ୍ଲାମ ବିରୋଧୀ ବୋଲି କୁହାଯାଉଛି। ତେବେ ଏହି ପୁସ୍ତକ ରିଲିଜ୍ ହେବା ପରେ ଏହାକୁ ବ୍ୟାନ କରିବା ସହ ୧୯୮୯ରେ ଦିମ୍ବଗତ ଧାର୍ମିକ ନେତା ଅୟାତୁଲ୍ଲା ରୁହୋଲ୍ଲାହ ଖମନେଇ ରଶଦିଙ୍କ ବିରୋଧରେ ଫତୱା ଜାରୀ କରି ହତ୍ୟା କରିବାକୁ ଆହ୍ୱାନ ଦେଇଥିଲେ। ଆଉ ଏବେ ରୁଶଦିଙ୍କ ଉପରେ
ଆକ୍ରମଣ ପରେ ଇରାନର ପ୍ରତ୍ୟେକ ଗଣମାଧ୍ୟମ ପ୍ରାୟ ଆକ୍ରମକାରୀଙ୍କୁ ପ୍ରଶଂସା କରି ଖବର ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଗଣମାଧ୍ୟମରେ ଶିରୋନାମାରେ ଆତଙ୍କବାଦୀଙ୍କୁ ହିରୋ ଭଳି ଦର୍ଶାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.