ଫେଲ୍‌ ମାରିଲା ଇଂଲଣ୍ଡର ‘ବାଜ୍‌ବଲ୍‌’ ଷ୍ଟ୍ରାଟେଜି, ୪ର୍ଥ ଥର ପାଇଁ ଅଷ୍ଟ୍ରେଲିଆ ହାତେଇଲା ଆସେସ୍‌ ଟ୍ରଫି

Published By : Prameya-News7 Bureau | July 24, 2023 IST

ମାଞ୍ଚେଷ୍ଟର ୨୪।୦୭ : ଇଂଲଣ୍ଡର ପୁଣି ଆସେସ୍‌ ଜିତିବା ସ୍ୱପ୍ନ ଧୂଳିସାତ୍‌ । ଫେଲ ମାରିଲା ‘ବାଜ୍‌ବଲ୍‌’ ଷ୍ଟ୍ରାଟେଜି । ଜୁନ୍‌ ୧୬ରୁ ଆରମ୍ଭ ହୋଇଥିବା ଆସେସ୍‌ ସିରିଜ୍‌ରେ ବି ଏଥର ପରାସ୍ତ ହୋଇଛି ଇଂଲଣ୍ଡ । ଲଗାତର ୪ର୍ଥ ଥର ପାଇଁ ଆସେସ୍‌ ଟାଇଟଲ ହାତେଇଛି କଙ୍ଗାରୁ ଟିମ୍‌ ।

wp:html /wp:html

ଘରୋଇ ଇଂଲଣ୍ଡର ଆସେସ୍‌ ସିରିଜ ସ୍ୱପ୍ନ ପୁଣିଥରେ ଧୂଳିସାତ୍‌ ହୋଇଛି । ଚତୁର୍ଥ ଆସେସ୍‌ ଟେଷ୍ଟ ମ୍ୟାଚ୍‌ ଡ୍ର’ ହେବା ଫଳରେ ଅଷ୍ଟ୍ରେଲିଆ ୨-୧ରେ ସିରିଜ ଆଗୁଆ ରହି ସିରିଜ୍‌ ବିଜୟୀ ହୋଇଛି । ଲଗାତର ଭାବେ ଟ୍ରଫି ବଜାୟ ରଖିବାରେ ସଫଳ ହୋଇଛି କଙ୍ଗାରୁ ଟିମ୍‌ । ଅନ୍ତିମ ଦିବସକୁ ବର୍ଷା ଧୋଇନେବା ଫଳରେ ଇଂଲଣ୍ଡର ଟ୍ରଫି ଆଶା ଭାଙ୍ଗି ଯାଇଥିଲା । ଇଂଲଣ୍ଡ ୨୦୧୫ରେ ଶେଷ ଥର ପାଇଁ ଟ୍ରଫି ଜିତିଥିଲା । ଏହାପରଠୁ ଟ୍ରଫି ଅଷ୍ଟ୍ରେଲିଆ ନିକଟରେ ରହିଛି । ୨୦୧୭-୧୮ରେ ଦଳ ୪-୦ରେ ସିରିଜ ବିଜୟୀ ହୋଇଥିବାବେଳେ ୨୦୧୯ରେ ୨-୨ରେ ଡ୍ର’ ହୋଇଥିଲା । ୨୦୨୧-୨୨ରେ ଅଷ୍ଟ୍ରେଲିଆ ୪-୦ରେ ସିରିଜ ଜିତିଥିଲା ।

ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଟେଷ୍ଟ ରୋମାଞ୍ଚପୂର୍ଣ୍ଣ ହୋଇଥିଲା । ଚତୁର୍ଥ ଦିବସ ଶେଷ ସୁଦ୍ଧା ମ୍ୟାଚ୍‌ ନିର୍ଣ୍ଣାୟକ ମୋଡ଼ ନେଇଥିଲା । ପ୍ରଥମ ଇନିଂସ୍‌ରେ ପଛୁଆ ଥାଇ ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳିରେ ଦମ୍‌ଦାର ବ୍ୟାଟିଂ ବଳରେ ୫ ୱିକେଟ୍‌ ହରାଇ ୨୧୪ରନ୍‌ ସଂଗ୍ରହ କରିଥିଲା । ମାତ୍ର ୬୧ରନ୍‌ ପଛୁଆ ରହିଥିଲା । ଅନ୍ତିମ ଦିବସ ଆରମ୍ଭରୁ ଲଗାଣ ବର୍ଷା ଫଳରେ ଗ୍ରାଉଣ୍ଡରେ ପାଣି ଜମିଯାଇଥିଲା । ଅମ୍ପାୟାର ଅନେକ ସମୟ ଧରି ଅପେକ୍ଷା କରିବା ପରେ ଶେଷରେ ଷ୍ଟମ୍ପ ଘୋଷଣା କରିଥିଲେ ଏବଂ ଇଂଲଣ୍ଡର ସିରିଜ ଡ୍ର’ କରିବା ଆଶା ପୂରଣ ପାରିନଥିଲା । ଆସନ୍ତା ୨୭ ତାରିଖ ଦ ଓଭାଲ୍‌ରେ ଅନ୍ତିମ ଟେଷ୍ଟ ଆରମ୍ଭ ହେବ । ଏହାପୂର୍ବରୁ ସିରିଜ୍‌କୁ ନିଜ ନାମରେ କରିସାରିଛି ଅଷ୍ଟ୍ରେଲିଆ ଦଳ । ଏବେ ସିରିଜ୍‌ର ଶେଷ ମ୍ୟାଚ୍‌ କେବଳ ଔପଚାରିକତା ପାଇଁ ଖେଳାଯିବ ।

wp:embed {"url":"https://www.prameyanews7.com/west-indies-need-289-runs-to-win-port-of-spain-test-match/","type":"wp-embed","providerNameSlug":"prameya-news-7"}
https://www.prameyanews7.com/west-indies-need-289-runs-to-win-port-of-spain-test-match/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.