LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସ୍ପିନ୍‌ ଜାଲରେ ଫସିଲା କଙ୍ଗାରୁ, ୨ୟ ଇନିଂସରେ ୧୧୩ ରନ୍‌ରେ ଅଲ୍‌ଆଉଟ୍‌, ଜାଡେଜାଙ୍କୁ ୭ ଓ୍ୱିକେଟ୍‌

19/02/2023 at 11:05 AM

ନୂଆଦିଲ୍ଲୀ ୧୯।୦୨ : ବର୍ଡର-ଗାଭାସ୍କର ଟ୍ରଫି । ୨ୟ ଟେଷ୍ଟର ୨ୟ ଇନିଂସରେ ଭାରତୀୟ ସ୍ପିନର ଜଲଓ୍ୱା । ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଫିର୍‌କିରେ ଫସିଲା କଙ୍ଗାରୁ । ୨ୟ ଇନିଂସରେ ମାତ୍ର ୧୧୩ ରନ୍‌ରେ ଅଲ୍‌ଆଉଟ୍‌ ହେଲା ଅଷ୍ଟ୍ରେଲିଆ । ଯାହାଫଳରେ ଭାରତକୁ ୧୧୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ୨ୟ ଇନିଂସରେ ରବିନ୍ଦ ଜାଡେଜା ସର୍ବାଧିକ ୭ଟି ଓ୍ୱିକେଟ୍‌ ନେଇଥିବା ବେଳେ ଅଶ୍ୱିନୀ ୩ଟି ଓ୍ୱିକେଟ୍‌ ନେଇଛନ୍ତି ।

ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଇନିଂସରେ ୨୬୩ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଏହାପରେ ବ୍ୟାଟିଂ କରୁବାକୁ ପଡିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ୨୬୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଅଷ୍ଟ୍ରେଲିଆ ବୋଲର ନାଥନ ଲାୟନଙ୍କ ସ୍ପିନ୍‌ ଆଗରେ ମୁଣ୍ଡ ନୁଆଁଇଥିଲେ ଟିମ୍‌ ଇଣ୍ଡିଆ ବ୍ୟାଟର । ପରେ ୨ୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିଲେ କଙ୍ଗାରୁ ବ୍ୟାଟର । ହେଲେ ଭାରତୀୟ ସ୍ପିନରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଭ୍ରମଣକାରୀ ଦଳ । ଖାସ୍‌ କରି ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ରବିନ୍ଦ୍ର ଜାଡେଜାଙ୍କ ବୋଲିଂ । ଉଭୟଙ୍କ ସ୍ପିନ ବୋଲିଂ ଭାଙ୍ଗି ଦେଇଥିଲା ଅଷ୍ଟ୍ରେଲିଆ ବ୍ୟାଟିଂର ମେରୁଦଣ୍ଡ ।

ତେବେ ୨ୟ ଇନିଂସରେ ରବିନ୍ଦ୍ର ଜାଡେଜା ୭ଟି ଓ୍ୱିକେଟ୍‌ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୩ଟି ଓ୍ୱିକେଟ୍‌ ନେଇଛନ୍ତି । ଏହି ଦୁଇ ଜଣଙ୍କୁ ଛାଡି ଅନ୍ୟ କୌଣସି ବୋଲର ୨ୟ ଇନିଂସରେ ଓ୍ୱିକେଟ୍‌ ନେଇପାରିନଥିଲେ । ଉଭୟ ପୋଛି ନେଇଥିଲେ କଙ୍ଗାରୁ ଓ୍ୱିକେଟ୍‌ ।

ସେପଟେ ୧୧୫ ରନ୍‌ର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ । ହେଲେ ଘରୋଇ ଟିମ୍‌ ଲାଗିଛି ପ୍ରାରମ୍ଭିକ ଝଟ୍‌କା । ଓପନର କେଏଲ୍‌ ରାହୁଲ ମାତ୍ର ୧ ରନ୍‌ କରି ପାଭିଲିୟନ୍‌ ଫେରିଛନ୍ତି । ଅଧିନାୟକ ରୋହିତ ଶର୍ମା ଏବଂ ଅଭିଜ୍ଞ ଚେତେଶ୍ୱର ପୂଜାରା ଏବେ କ୍ରିଜ୍‌ରେ ଉପସ୍ଥିତ ରହିଛନ୍ତି ।

 

   Related Posts