ଅଷ୍ଟ୍ରିଆ ୦୬/୦୯: ବରଫରେ ପାଞ୍ଚ କି ଦଶ ମିନିଟ୍ ଛିଡ଼ା ହେବା ସମ୍ଭବ ନୁହେଁ। କିନ୍ତୁ ବରଫ ବାକ୍ସ ଭିତରେ ଦୀର୍ଘ ଦୁଇ ଘଣ୍ଟା ରହି ଜଣେ ବ୍ୟକ୍ତି ଅଦ୍ଭୂତ କାରନାମା କରି ଦେଖାଇଛନ୍ତି। ଶୁଣିବାକୁ ଯଦିଓ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ କଥାଟି ଏକଦମ୍ ସତ। ଅଷ୍ଟ୍ରୀୟ ନାଗରିକ ଜୋସେଫ କୋଇବର୍ଲ ବରଫ ବାକ୍ସ ଭିତରେ ଦୁଇ ଘଣ୍ଟା, ୩୦ ମିନିଟ୍ ଓ ୫୭ ସେକେଣ୍ଡ ରହି ନିଜକୁ ସୁପର କୁଲ୍ ପ୍ରମାଣିତ କରିଛନ୍ତି। ଏହା ସହ ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ବୟସ ୪୨ ବର୍ଷ। ଟ୍ରାନ୍ସପରେଣ୍ଟ ବାକ୍ସ ଭିତରେ ବରଫ ଭତିର୍ର୍ ହୋଇ ରହିଥିଲା। ତା’ ଭିତରେ ସେ ଦୁଇ ହାତକୁ ଛାତିରେ ଯୋଡି ଛିଡ଼ା ହୋଇଥିଲେ। ତାଙ୍କ ଦେହରେ ଥିଲା କେବଳ ସ୍ବିମିଂ ଟ୍ରଙ୍କ।
{"id":325912,"sizeSlug":"large"}ସବୁଠୁ କୌତୁହଳ ବିଷୟ ହେଉଛି ଗତ ବର୍ଷ ବରଫରେ ଛିଡ଼ା ହୋଇ ନିଜେ ରେକର୍ଡ କରିଥିଲେ । ଆଉ ଏବେ ସେ ନିଜ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି। ସେତେବେଳେ ସେ ଦୁଇ ଘଣ୍ଟା, ୮ ମିନିଟ୍ ଓ ୪୭ ସେକେଣ୍ଡ ବରଫ ଭିତରେ ଠିଆ ହୋଇ ଏଭଳି କାରନାମା କରି ଦେଖାଇଥିଲେ।
{"id":325913,"sizeSlug":"large"}ଖୋଲାଆକାଶ ତଳେ ବରଫ ଭିତରେ ଛିଡ଼ା ହେବାର ମଜା କିଛି ନିଆରା ବୋଲି ସେ କହିଛନ୍ତି। ଡାନୁବେର ମେଲକ ସହରରେ ଏହା ଆୟୋଜନ ହୋଇଥିଲା। ସେ ବରଫ ଭିତରେ ଛିଡ଼ା ହୋଇଥିବା ବେଳେ ଅନେକ ଲୋକ ତାଙ୍କୁ ଦେଖୁଥିଲେ।